fbpx

ରାଜ୍ୟରେ କେମିତି ଖୋଲିବ ସ୍କୁଲ? ଜାଣନ୍ତୁ

ଭୁବନେଶ୍ୱର, ୩୧ ।୧୦(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଅନଲକ୍-୬ର ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ୍ ଅନୁସାରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ବଦଳିଗଲା ନିଷ୍ପତ୍ତି । ନିଷ୍ପତ୍ତି ବଦଳିବା ନେଇ ଏସଆରସିଙ୍କ ପକ୍ଷରୁ ସାନି ନିର୍ଦ୍ଦେଶାବଳୀ ଜାରି ହୋଇଛି ।

ନିର୍ଦ୍ଦେଶାବଳୀ ଅନୁସାରେ, ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ । ପରିଚାଳନା ଓ ନିୟନ୍ତ୍ରଣ ନେଇ ବିଭାଗ ସମସ୍ତ ନିଷ୍ପତ୍ତି ନେବ । ଅଂଶୀଦାରଙ୍କ ସହ ଆଲୋଚନା ପରେ ଆସନ୍ତା ୧୫ ତାରିଖ ପରେ ନିଷ୍ପତ୍ତି ନିଆଯିବ । ଅଂଶୀଦାର ହେଉଛନ୍ତି -ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି । ନବମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

Get real time updates directly on you device, subscribe now.