ଯମଙ୍କୁ ସନ୍ତୁଷ୍ଟ କରିବାର ଅପୂର୍ବ ସୁଯୋଗ, ଏହି ଭାବେ ଜାଳିଦିଅନ୍ତୁ ଚାରିମୁଖୀ ଦୀପ, ଉଭେଇ ଯିବ ସବୁ ସମସ୍ୟା

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ଚତୁର୍ଦ୍ଦଶୀର ବହୁ ମହତ୍ୱ ରହିଛି । ସେସବୁ ମଧ୍ୟରେ ନରକ ଚତୁର୍ଦ୍ଦଶୀ ଅନ୍ୟତମ ବିଶେଷ ଦିନ । ଏହି ଦିନଟି ଛୋଟି ଦୀପାପଳି ଭାବେ ପାଳନ ହୁଏ । ଏହି ଦିନଟି ହେଉଛି ଖରାପ ଉପରେ ଭଲର ବିଜୟର ଦିନ । ଏହି ଦିନରେ ଲୋକେ ସଂଧ୍ୟାରେ ଶୁଦ୍ଧପୁତ ହୋଇ ଚାରି ମୁଖୀ ଦୀପାବଳି ଜଳାଇବାର ପରମ୍ପରା ରହିଛି, ଯାହା ମୃତ୍ୟୁର ଦେବତା ଯମରାଜଙ୍କ ପାଇଁ ସମର୍ପିତ ହୋଇଥାଏ । ଏହି ଦିନରେ ଭଗବାନ କୁବେର ଓ ଦେବୀ ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀ ଓ ଯମଙ୍କ ପୂଜା କରିଥାନ୍ତି । ଏହି ପୁଣ୍ୟ କାଳରେ ଯମ ଦୀପ ଜାଳିବାର ବିଧାନ ରହିଛିା

ପଞ୍ଚାଙ୍ଗ ମୁତାବକ, କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ନରକ ଚତୁର୍ଦ୍ଦଶୀ ପଡିଥାଏ । ଚଳିତ ବର୍ଷ ଏହା ଅକ୍ଟୋବର ୩୦ ୧:୧୫ରୁ ଆରମ୍ଭ ହୋଇ ୩୧ ଅକ୍ଟୋବର ୩:୫୨ ମିନିଟରେ ଶେଷ ହେଉଛି । ସଂଧ୍ୟାରେ ଏହି ପୂଜା ହେଉଥିବାରୁ ୩୦ ତାରିଖ ସଂଧ୍ୟାରେ ହିଁ ଦୀପ ଦାନ କରିବା ଜରୁରୀ । ଏହି ଯମ ଦୀପ ଜାଳିବାର ଶୁଭ ସମୟ ହେଉଛି ୫:୩୬ରୁ ୬ଟା ୫ ମିନିଟ । ତେବେ କେମିତି ଯମ ଦୀପ ଜାଳିବେ, ତାର ବିଧି ଜାଣିନେବା ଆବଶ୍ୟକ ।

ଛୋଟି ଦୀବାଲିର ସଂଧ୍ୟାରେ ଅଟାରେ ଏକ ଦୀପ କରି ଚାରିଟି ବତୀ ଦୀପରେ ରଖନ୍ତୁ । ସେଥିରେ ସୋରିଷ ତେଲ ଭରିଦିଅନ୍ତୁ । ଦୀପରେ ଚାରି ପଟେ ଗଙ୍ଗା ଜଳ ଛିଞ୍ଚିଦିଅନ୍ତୁ । ଏହା ପରେ ଘରର ମୁଖ୍ୟଦ୍ୱାରର ଦକ୍ଷିଣ ପଟେ ଦୀପକୁ ରଖନ୍ତୁ । ଦୀପ ରଖିବା ସ୍ଥାନରେ ତଳେ କିଛି ଧାନ ନିଶ୍ଚିତ ରଖିବେ । ଦୀପ ଜଳାଇବା ପରେ ପୂର୍ଣ୍ଣ ସମର୍ପଣ, ବିଶ୍ୱାସ ଓ ଭାବର ସହ ଭଗବାନଙ୍କୁ ପରିବାରର ସୁରକ୍ଷା, ସୁଖଶାନ୍ତି ପ୍ରାର୍ଥନା କରନ୍ତୁ । ଆପଣଙ୍କ ପ୍ରାର୍ଥନା ପୂରଣ କରିବେ ଭଗବାନ ।

ଦକ୍ଷିଣ ଦିଗ ଯମଙ୍କର ହୋଇଥିବାରୁ ଏହି ଦିଗରେ ୪ ମୁଖୀ ଦୀପ ପ୍ରଜ୍ଜଳନ କରିବା ଦ୍ୱାରା ମୃତ୍ୟୁ ଭୟ ଦୂରହୁଏ । ସୁସ୍ଥ ଓ ଦୀର୍ଘାୟୁ ହୋଇଥାନ୍ତି । ଭଗବାନ ଯମଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ସେହି ପରିବାରକୁ ।