fbpx

କେମିତି ପହଞ୍ଚି ପାରିବେ ଅଗ୍ନିବୀର ମେଜର ପଦ ପର୍ଯ୍ୟନ୍ତ, ଜାଣନ୍ତୁ ଏହି ନିୟମ

ଓଡିଶା ଭାସ୍କର: ଭାରତୀୟ ସେନା ବିଶ୍ୱର ଚତୁର୍ଥ ସର୍ବବୃହତ ସେନା ଅଟେ । ଏଥିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ସୈନିକ ଦେଶମାତୃକାର ସେବାରେ ନିୟୋଜିତ ଅଛନ୍ତି । କିନ୍ତୁ, ୨୦୨୨ ମସିହାରୁ ନୂଆ ନିୟମ ଅନୁସାରେ, ଅଗ୍ନିବୀର ଯୋଜନା ମୁତାବକ ଏହି ସୈନିକ ପଦରେ ଭର୍ତ୍ତି ହେଉଛି । ତେବେ ଏଭଳି କ୍ଷେତ୍ରରେ ପ୍ରଶ୍ନ ଉଠେ କ’ଣ ଜଣେ ଅଗ୍ନିବୀର ସୈନିକ ପ୍ରମୋସନ ପାଇ ମେଜର ପର୍ଯ୍ୟନ୍ତ ଯାଇପାରିବ ।

ପ୍ରକାଶଥାଉ ଯେ, ଭାରତୀୟ ସେନାରେ ବର୍ତ୍ତମାନ ଦୁଇ ପ୍ରକାର ସୈନିକ ଅଛନ୍ତି । ଏଥିରେ ନିୟମିତ ଭର୍ତ୍ତି ଯବାନ ଥିବାବେଳେ ଅଗ୍ନିବୀର ଯବାନ ମଧ୍ୟ ରହିଛନ୍ତି । ଅଗ୍ନିବୀର ସୈନିକଙ୍କ ଚାକିରୀ ମାତ୍ର ୪ ବର୍ଷ । ଏହାପରେ ଭର୍ତ୍ତି ହୋଇଥିବା ପ୍ରାୟ ୭୫ ପ୍ରତିଶତ ଯବାନଙ୍କୁ ଅବସର ଦିଆଯିବ । ବାକି ୨୫ ପ୍ରତିଶତ ଯବାନ ରହିବେ, ଦେଶର ସେବା କରିବେ । ଏବେ କଥା ଉଠୁଛି ଏହିମାନେ ମେଜର ହୋଇପାରିବେ!

ଆରକ୍ଷଣ ବ୍ୟବସ୍ଥା ଥିବାରୁ ଏହି ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ପ୍ରମୋସନ ମଧ୍ୟ ମିଳିପାରିବ । ଭାରତୀୟ ସେନାରେ ସିଆଇଏସଏଫ, ବିଏସଏଫ ତଥା ସିଆରପିଏଫ ଭଳି ବିଭାଗ ରହିଛି । ଫଳରେ ଆରକ୍ଷଣ କାରଣରୁ ପୂର୍ବବତ ଏହି ମେଜର ପଦ ମଧ୍ୟ ଜଣେ ପାଇପାରିବ । ନିୟମିତ ସେନାରେ ଖାଲି ରହୁଥିବା ପଦ ସେମାନେ ହିଁ ତ ପୂରଣ କରିବେ । ୧୦ ପ୍ରତିଶତ ଅଗ୍ନିବୀରଙ୍କୁ ଆରକ୍ଷଣ ବ୍ୟବସ୍ଥା କରାଯାଉଥିବାରୁ ଏହି ପଦଗୁଡିକ ମଧ୍ୟ ପୂରଣ ହୋଇପାରିବା

Get real time updates directly on you device, subscribe now.