fbpx

ସାଇବର ଠକ ଆପଣଙ୍କର କିଛି କରିପାରିବନି! ୮ଟି ପଏଣ୍ଟକୁ ଧ୍ୟାନ ଦିଅନ୍ତୁ, ସର୍ବଦା ସୁରକ୍ଷିତ ରହିବ ଆପଣଙ୍କ ଅର୍ଥ

ନୂଆଦିଲ୍ଲୀ: ଆଜିର ସମୟରେ ଅନଲାଇନ୍ ଫ୍ରଡ ଏକ ଭୟଙ୍କର ବୀମାରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତ୍ୟେକ ଦିନ ଅନଲାଇନରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଉଛନ୍ତି ସାଇବର ଠକ । ସ୍କାମରମାନେ ଜନସାଧାରଣଙ୍କୁ କଳେବଳେ କୌଶଳେ ବିଭିନ୍ନ ପ୍ରକାରର ବାହାନା କରି ଜାଲରେ ଛନ୍ଦିବାରେ ସଫଳ ହେଉଛନ୍ତି । ନିକଟରେ ଟ୍ରେଡିଂରେ ଅଧିକ ରିଟର୍ଣ୍ଣ ଲୋଭ ଦେଖାଇ କିଛି ଯୁବକ, ଯୁବତୀଙ୍କ ଆକାଉଣ୍ଟରୁ ୧୫-୨୦ ଲକ୍ଷ ଟଙ୍କା ହଡ଼ପ କରିନେଇଛନ୍ତି ସାଇବର ଠକ । ତେବେ ଯଦି ଆପଣମାନେ କିଛି କଥା ପ୍ରତି ଧ୍ୟାନ ରଖିବେ ତେବେ ଏଭଳି ସାଇବର ଠକାମିରୁ ସହଜରେ ବର୍ତ୍ତି ପାରିବେ । ଏଥିପାଇଁ ଆପଣଙ୍କୁ ମୁଖ୍ୟତଃ ୭ଟି ଦିଗ୍ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।

୧. କେବେ ବି ଇଣ୍ଟରନେଟ ବ୍ୟାଙ୍କିଂ ପାଇଁ ଥାର୍ଡ ପାର୍ଟି ୱେବସାଇଟର ବ୍ୟବହାର କରନ୍ତୁ ନାହିଁ । ବ୍ୟାଙ୍କର ଅଫିସିଆଲ ୱେବସାଇଟ ବା ବ୍ୟାଙ୍କର ମୋବାଇଲ ଆପ୍ ବ୍ୟବହାର କରିପାରିବେ ।

୨. ସର୍ବଦା ୱେବସାଇଟର ଡୋମେନ୍ ନାମ ଚେକ କରିବା ସହିତ ୟୁଆରଏଲକୁ ଠିକ୍ ଭାବେ ପଢ଼ନ୍ତୁ ଓ ସ୍ପେଲିଂ ଚେକ୍ କରନ୍ତୁ ।

୩. ଯେଉଁ ଇ-ମେଲ ଆପଣଙ୍କୁ ପାସୱାର୍ଡ ଶେୟାର କରିବାକୁ କହିଥାଏ ସେହି ମେସେଜର ଆଦୌ ଜବାବ ଦିଅନ୍ତୁ ନାହିଁ ।

୪. ବ୍ୟାଙ୍କିଂ ସେବା ପାଇଁ କେବେ ବି ସାଇବର କାଫେ ବା ଶେୟାରର୍ଡ ପିସିର ବ୍ୟବହାର କରନ୍ତୁ ନାହିଁ ।

୫. ସର୍ବଦା ନିଜ ପିସିକୁ ଲାଟେଷ୍ଟ ଆଣ୍ଟି-ଭାଇରସ ଓ ସ୍ପାଇୱେୟର ସଫ୍ଟୱେର ଅପଡେଟ୍ ରଖନ୍ତୁ ।

୬- ନିଜର ସିଷ୍ଟମରେ ଫାଇଲ ଆଣ୍ଡ ପ୍ରିଣ୍ଟିଂ ଶେୟାରିଂ ଫିଚରକୁ ଡିସେବଲ କରନ୍ତୁ । ଯେତେବେଳେ ବ୍ୟବହାର କରିବେ ତାହାକୁ ଲଗ୍ ଅଫ କରନ୍ତୁ ।

୭. ନିଜର ବ୍ୟାଙ୍କିଂ ଆଇଡି ଓ ପାସୱାର୍ଡ ଇଣ୍ଟରନେଟ ବ୍ରାଉଜରରେ ସେଭ୍ କରନ୍ତୁ ନାହିଁ ।

୮. ନିଜର ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସକୁ ସମୟ ସମୟରେ ଚେକ୍ କରନ୍ତୁ । ଏହାଫଳରେ ଆପଣଙ୍କୁ ସମସ୍ତ ପ୍ରକାର ସାମାନ୍ୟ ଟ୍ରାଞ୍ଜାକସନ ତଥ୍ୟ ମିଳି ପାରିବ ।

Get real time updates directly on you device, subscribe now.