ନୂଆଦିଲ୍ଲୀ: ଆସିଛି ପେନସନଭୋଗୀଙ୍କ ଜୀବିତ ଥିବାର ପ୍ରମାଣ ଦେବାର ସମୟ । ନଭେମ୍ବର ମାସରେ ସମସ୍ତ ସରକାରୀ ଓ ଘରୋଇ ସଂସ୍ଥା ନିକଟରେ ସେଠୁ ପାଉଥିବା ପେନସନ ପାଇଁ ପେନସନଭୋଗୀଙ୍କୁ ଦେବାକୁ ହୋଇଥାଏ ଲାଇଫ ସାର୍ଟିଫିକେଟ । ତେଣୁ ଏହି ପ୍ରମାଣ ଡିପୋଜିଟ ପ୍ରକ୍ରିୟା କାମ ଜୋରସୋରରେ ଆରମ୍ଭ ହୋଇଯାଇଛି । ତେଣୁ ଏହି ସାର୍ଟିଫିକେଟ ଉଭୟ ଅନଲାଇନ ଓ ଅଫଲାଇନ ପାଇଁ କଣ ରହିଛି ଗାଇଡଲାଇନ ଆସନ୍ତୁ ଜାଣିନେବା ।
ବୟସ ଅନୁଯାୟୀ ଲାଇଫ ସାର୍ଟିଫିକେଟ ଡିପୋଜିଟର ତାରିଖ
୮୦ରୁ କମ ବୟସର ଲୋକଙ୍କ ପାଇଁ ସାର୍ଟିଫିକେଟ ଡିପୋଜିଟର ସମୟ ନଭେମ୍ବର ୧ରୁ ୩୦ ତାରିଖ ଯାଏଁ ରହିଛି । ସୁପର ସିନିୟର ବା ୮୦ରୁ ଅଧିକ ବୟସ୍କଙ୍କ ପାଇଁ ଏହା ଅକ୍ଟୋବର ୧ରୁ ଆରମ୍ଭ ହୋଇସାରିଛି, ଯାହା ସେହି ୩୦ ନଭେମ୍ବରକୁ ଶେଷ ହେବ । ୨୦୧୯ରେ କେନ୍ଦ୍ର ସରକାର ସମସ୍ତ ବ୍ୟାଙ୍କକୁ ସୁପର ସିନିୟରଙ୍କ ପାଇଁ ଆଉ ଗୋଟିଏ ମାସ ଅଧିକ ଦେବାକୁ ଅର୍ଥାତ୍ ଅକ୍ଟୋବର ୧ରୁ ସାର୍ଟିଫିକେଟ ଡିପୋଜିଟ କରାଇବାର ସୁବିଧା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
କେମିତି ପ୍ରମାଣିତ କରିବେ ଲାଇଫ ସାର୍ଟିଫିକେଟ
ପେନସନଭୋଗୀ ଜୀବିତ ଥିବା ଓ ଆଧାର ଫେସ ଆରଡି ଆପ ଜରିଆରେ ଚେହେରା, ଫିଙ୍ଗରପ୍ରିଣ୍ଟ ଓ ଆଇରିସ ପ୍ରମାଣ ପତ୍ର ସହ ବାୟୋମେଟ୍ରିକ୍ ଟେକ୍ନିକିକ ଦ୍ୱାରା ନିଜ ଜୀବିତାବସ୍ଥାର ପ୍ରମାଣ ଦେଇପାରିବେ । ଏହା ଦ୍ୱାରା ପେନସନକୁ ନେଇ କୌଣସି ଘପଲାତି ରୋକିବାକୁ ସରକାର ଚେଷ୍ଟା କରିଛନ୍ତି ।
ଅନଲାଇନ ସାର୍ଟିଫିକେଟ ଦାଖଲର ତାରିଖ ଓ ତରିକା
ପେନସନଭୋଗୀ ନିଜର ବା ପରିବାରର ପେନସନ ଏହି ସମୟ ମଧ୍ୟରେ କୌଣସି ବି ଦିନ କରିପାରିବେ । ଏଥିପାଇଁ ପ୍ରଥମେ ଜାଣି ନିଅନ୍ତୁ, ଆପଣଙ୍କ ଆଧାର ବ୍ୟାଙ୍କ ବା ଡାକଘର ପେନସନ ବିତରଣ ପ୍ରାଧିକରଣ ସହ ଲିଙ୍କ ଅଛି କି ନାହିଁ । ଲିଙ୍କ ଥିଲେ, ଗୁଗଲ ଷ୍ଟୋରରୁ’AADFaceRD’ ଓ ଜୀବନ ପ୍ରମାଣ ଫେସ ଆପ ଇନଷ୍ଟଲ କରନ୍ତୁ । ଏଥିରେ ପେନସନ ସମ୍ପର୍କରେ ଜରୁରୀ ସୂଚନା ଭରନ୍ତୁା ଫଟୋ ଉଠାଇବା ପରେ ତଥ୍ୟ ଦାଖଲ କରିନିଅନ୍ତୁ । ରେଜିଷ୍ଟର ହୋଇଥିବା ମୋବାଇଲକୁ ସାର୍ଟିଫିକେଟ ଡାଉନଲୋଡ ପାଇଁ ଏକ ଲିଙ୍କ ସହ ଏସଏମଏସ ଆସିବ ।
ସେହିପରି ଅଫଲାଇନ ସାର୍ଟିଫିକେଟ ଦାଖଲ ପାଇଁ
ସିଧା ବ୍ୟାଙ୍କ ବା ଡାକଘରେ ବା ଜୀବନ ପ୍ରମାଣ ପୋର୍ଟାଲ, ଡୋରଷ୍ଟେପ ବ୍ୟାଙ୍କିଂ ଏଜେଣ୍ଟ, ଡାକଘର ବାୟୋମାଟ୍ରିକ ମାଧ୍ୟମରେ ଲାଇଫ ସାର୍ଟିଫିକେଟ ଦାଖଲ କରିପାରିବେ ।