fbpx
BSKY
BJD SHG SKY
BJD MC SKY

ପୂରଣ ହେବ ୪୧ ବର୍ଷର ସ୍ୱପ୍ନ: ପୁରୁଷ ସିଙ୍ଗଲସ ବ୍ୟାଡମିଣ୍ଟନ ସେମିରେ ପ୍ରବେଶ କଲେ ପ୍ରଣୟ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଦ୍ୱାଦଶ ଦିବସ । ଗତକାଲି ଏକାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ହାସଲ କରିଥିଲା । ତେବେ ଏହା ମଧ୍ୟରେ ଆଜି ଭାରତ ସ୍ୱର୍ଣ୍ଣରୁ ତା’ର ପଦକ ବିଜୟ ଯାତ୍ରା ଆରମ୍ଭ କରିଛି । ଏହାଫଳରେ ଭାରତ ଚଳିତ ଇଭେଣ୍ଟରେ ବର୍ତ୍ତମାନ ସୁଦ୍ଧା ୧୯ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ଜିତିବା ସହ ଦେଶର ମୋଟ ପଦକ ସଂଖ୍ୟା ୮୨ରେ ପହଞ୍ଚିଛି ।

ତେବେ ଆଜି ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଭାରତ ପାଇଁ ନୂଆ ଆଶା ସୃଷ୍ଟି କରିଛନ୍ତି ଏଚ.ଏସ ପ୍ରଣୟ । ୪୧ ବର୍ଷ ପରେ ଦ୍ୱିତୀୟ ପୁରୁଷ ଶଟଲର ଭାବେ ପ୍ରଣୟ ପଦକ ଆଶା ସୁନିଶ୍ଚିତ କରିଛନ୍ତି । ଗତ ୧୯୮୨ ମସିହା ଏସୀୟ କ୍ରୀଡ଼ାରେ ଶୟଦ ମୋଦୀ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ପ୍ରଣୟ ପୂର୍ବତନ ୨ ନମ୍ବର ବିଶ୍ୱ ରାଙ୍କିଂ ମାନ୍ୟତା ପ୍ରାପ୍ତ ମାଲେଶିଆର ଲି ଜି ଜିଆଙ୍କୁ ୨୧-୧୬, ୨୧-୨୩, ୨୨-୨୦ରେ ପରାସ୍ତ କରି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ଏହା ପୂର୍ବରୁ ଆଜି ଭାରତ ସ୍ୱର୍ଣ୍ଣରୁ ଦ୍ୱାଦଶ ଦିବସର ବିଜୟ ଅଭିଯାନ ଆରମ୍ଭ କରିଥିଲା । ଭାରତୀୟ ମହିଳା ତିରନ୍ଦାଜ ଜ୍ୟୋତି ସୁରେଖା, ଅଦିତୀ ଗୋପୀଚାନ୍ଦ ଓ ପରନୀତି ପ୍ରତିପକ୍ଷ ଚାଇଚିଜ ତାଇପେଇକୁ ଫାଇନାଲରେ ୨୩୦-୨୨୮ରେ ପରାସ୍ତ କରିଥିଲେ । ଆଜି ଦିନର ଆରମ୍ଭରୁ ଭାରତୀୟ କ୍ରୀଡ଼ାବିତମାନେ ନିରାଶ କରିଥିଲେ । ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ମହିଳା ସିଙ୍ଗଲସର କ୍ୱାର୍ଟର ଫାଇନାଲରେ ଚୀନର ବିନ ଚିଆେଓଙ୍କଠାରୁ ହାରି ଯାଇଥିଲେ । ସେହିପରି ରେସଲିଂରେ ମହିଳା ଯୁବା କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ ୫୩ କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲରେ ଜାପାନର ଫୁଜୀନାମୀ ଅକାରୀଙ୍କଠାରୁ ପରାସ୍ତ ହୋଇଥିଲେ । ତଥାପି ବିଭିନ୍ନ ବିଭାଗରେ ଭାରତ ପଦକ ଜିତିବାର ସମ୍ଭାବନା ରହିଛି । ସ୍କ୍ୱାଶ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସୌରଭ ଘୋସାଲ, ମିକ୍ସଡ ଡବଲ୍ସ ଫାଇନାଲରେ ହରିନ୍ଦର ପଲ ସନ୍ଧୁ ଓ ଦୀପିକା ପାଲିକଲ ଦେଶ ପାଇଁ ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.