fbpx

ସୁମିତଙ୍କ ଓକିଲଙ୍କ ପ୍ରଶ୍ନବାଣର ଚକ୍ରବ୍ୟୁହରେ ଫସିଯିବେ କି ତପସ୍ୱିନୀ? ଦେଖନ୍ତୁ Video

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତ୍ତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦର ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ । ଦୁହେଁ ପରସ୍ପର ବିରୋଧରେ ଆଇନଗତ ଲଢ଼େଇରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ କୋର୍ଟଙ୍କ ଚକ୍ରବ୍ୟୁହରେ ଫସିଯିବେ କି ତପସ୍ୱିନୀ? ନ୍ୟାୟାଳୟର ପ୍ରଶ୍ନବାଣରେ ଘାଇଲା ହେବେ କି ତପସ୍ୱିନୀ? ତପସ୍ୱିନୀଙ୍କୁ ଶରଭେଦ କରିବା ପାଇଁ ସୁମିତଙ୍କ ଓକିଲ ପ୍ରସ୍ତୁତ କରୁଛନ୍ତି ପ୍ରଶ୍ନବାଣର ଚକ୍ରବ୍ୟୁହ । ତପସ୍ୱିନୀଙ୍କ ସହ ତାଙ୍କ ପୁରା ପରିବାର ନ୍ୟାୟାଳୟକୁ ଘୋଷାରି ହେବେ କି? ଏପରି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରିଛି ।

ତେବେ ଆସନ୍ତା ୮ ତାରିଖରେ ହାଇକୋର୍ଟରେ ଶୁଣାଣି ପାଇଁ ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ନୋଟିସ ଦିଆଯାଇଥିବା ବେଳେ ୯ ତାରିଖରେ ସୁମିତ ଓ ତାଙ୍କ ଜେଜେେ ମାଙ୍କ ବିରୋଧରେ ପାରିବାରିକ ପିଟିସନର ଶୁଣାଣି ମାନ୍ୟବର ଏସଡିିଜେଏମ କୋର୍ଟ କରିବେ । ସେଦିନ ତପସ୍ୱିତୀଙ୍କ ବୋହୂ ପଣିଆଣର ହେବ ଅଗ୍ନି ପରୀକ୍ଷା । ସୁମିତଙ୍କ ମାଆ ଓ ଗୋସାାଁଇ ମାଙ୍କୁ ତପସ୍ୱିନୀ ଗାଳି ଗୁଳଜ କରିବା ସହ ସାଙ୍ଘାତିକ ଅଭିଯୋଗ ପରେ ସୁମିତଙ୍କ ପରୀକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ଏସଡିଜେଏମ କୋର୍ଟ ଓ ଅନ୍ୟପଟେ ହାଇକୋର୍ଟ ଥିବା ବେଳେ ତପସ୍ୱିନୀଙ୍କ ହେବ ଅଗ୍ନିପରୀକ୍ଷା । ଏହାରି ମଧ୍ୟରେ ନିଜକୁ ଭଲ ବୋହୂ ଓ ଭଲ ପତ୍ନୀ ଭାବେ ପ୍ରମାଣିତ କରିପାରିବେ କି ତପସ୍ୱିନୀ? ଏହାର ଉତ୍ତର ଜାଣିବା ପାଇଁ ଲୋକମାନଙ୍କର ଜିଜ୍ଞାସା ମଧ୍ୟ ବଢ଼ିବାରେ ଲାଗିଛି ।

ପୂର୍ବରୁ ସୁମିତଙ୍କ ପକ୍ଷରୁ ଆଗତ ପିଟିସିନର ଶୁଣାଣି କରି ହାଇକୋର୍ଟ ଆସନ୍ତା ୮ ତାରିଖକୁ ଜବାବ ଦାଖଲ ପାଇଁ ତପସ୍ୱିନୀଙ୍କୁ ସମୟ ଦେଇଛନ୍ତି । ପୂର୍ବରୁ ତପସ୍ୱିନୀ ନିଜ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ କିଛି ମହିଳା ସୁମିତଙ୍କ ଘରର ମେଟ୍ ଗେଟକୁ ଜୋରଜବରଦସ୍ତି ଭାଙ୍ଗି ଦେଇଥିଲେ । ଏହି ମାମଲାରେ ସୁମିତଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତେଣୁ ବାଧ୍ୟ ହୋଇ ସେ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଉଭୟଙ୍କ ପକ୍ଷରୁ ଏକାଧିକ ମାମଲା ଜିଲ୍ଲା କୋର୍ଟ ଓ ହାଇକୋର୍ଟରେ ବିଚାରାଧୀନ ରହିଥିବା ବେଳେ ଏହାର ସମାଧାନର ପ୍ରକ୍ରିୟା ନିଶ୍ଚିତ ଭାବେ ଖୁବ୍ ଲମ୍ବା ହୋଇ ଚାଲିବ । ଉଭୟ ସୁମିତ ଓ ତପସ୍ୱିନୀ ପରସ୍ପରକୁ ଭଲ ପାଇ କୋର୍ଟ ମ୍ୟାରେଜ୍ କରିଥିଲେ । ଦୁହିଁଙ୍କ ମାମଲା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ହାଟରେ ପଡ଼ି ବାଟରେ ଗଡ଼ିଲାଣି । ତେଣୁ ଏଇ ଶିକ୍ଷିତ ଦମ୍ପତି ଯଦି ଚାହିଁବେ ସମାଧାନ ବାଟ ନିଶ୍ଚିତ ଭାବେ ଖୋଜି ପାରିବେ ।

Get real time updates directly on you device, subscribe now.