‘ଆଲିଙ୍ଗନ’ର ଦାମ୍‌ ୭ ହଜାର ଟଙ୍କା, ଆଲିଙ୍ଗନକୁ ପେସା କରି ରୋଜଗାର କରୁଛନ୍ତି ଟ୍ରେଜର୍‌

ନୂଆଦିଲ୍ଲୀ: ଲୋକଙ୍କୁ ସୁରକ୍ଷିତ ଓ ଶାନ୍ତ ଅନୁଭବ ପ୍ରଦାନ କରିବାକୁ ବ୍ରିଟେନର ବ୍ରିଷ୍ଟଲ ବାସିନ୍ଦା ଜଣେ ବ୍ୟକ୍ତି ଆଲିଙ୍ଗନକୁ ପେସା ରୂପେ ଚୟନ କରିଛନ୍ତି । ୧ ଘଣ୍ଟା ଆଲିଙ୍ଗନ କରିବାକୁ ସେ ୭୫ ପାଉଣ୍ଡ ବା ୭ ହଜାର ଟଙ୍କା ନେଉଛନ୍ତି । ଆଲିଙ୍ଗନକୁ ପେସା କରିଥିବା ଟ୍ରେଜର୍‌ କୁହନ୍ତ। ଏହାର ଅନୁଭବ ପାଇଥିବା ଲୋକେ କହନ୍ତି, ସେମାନଙ୍କ ପାଇଁ ଏହା ଆଲିଙ୍ଗନଠୁ ବହୁତ ଅଧିକ । କାରଣ ସ୍ପର୍ଶ ଜରିଆରେ ଜଣଙ୍କ ପ୍ରତି ଯତ୍ନବାନ, ସ୍ନେହ ଓ ସଦିଚ୍ଛା ପ୍ରଦାନ କରାଯାଉଛି । ସେ କହନ୍ତି, ଆମ ବ୍ୟବସାୟ କ’ଣ ପ୍ରଦାନ କରୁଛି ସମସ୍ତେ ବୁଝନ୍ତି ନାହିଁ । କିଛି ଲୋକ ଏହାକୁ ଖରାପ ଅର୍ଥରେ ନେଉଛନ୍ତି । ମାନବ ସମ୍ପର୍କ ନିର୍ମାଣ ନିମନ୍ତେ ଥିବା ମୋର ପାସନ୍‌ ଉପରେ ଆଧାରିତ ଏହା ଏକ ବ୍ୟବସାୟ । ଏହାଦ୍ୱାରା ଲୋକେ ଆଲିଙ୍ଗନ ଥେରାପିଷ୍ଟଙ୍କ ସମୟ, ଧ୍ୟାନ ଓ ଯତ୍ନଶୀଳତାକୁ ଭଡ଼ାରେ ନେଇଥାନ୍ତି । ଜଣେ ଅପରିଚିତଙ୍କୁ ଆଲିଙ୍ଗନ କରିବାଠାରୁ ଏହାର ମହତ୍ୱ ଢେର ଅଧିକ । କିଛି ଲୋକ ପ୍ରଥମେ ଏ ନେଇ ଅସହଜ ମନେକରନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ସାଧାରଣ ।

ସେମାନେ ଖୁବ୍‌ଶୀଘ୍ର ଆରାମ ଅନୁଭବ କରନ୍ତି । ୧୦ ବର୍ଷ ପୂର୍ବେ ଟ୍ରେଜର୍‌ ମାନବ ସମ୍ପର୍କ ପଛର ବିଜ୍ଞାନର ଅନ୍ୱେଷଣ ଆରମ୍ଭ କରିଥିଲେ । ଚଳିତ ବର୍ଷ ମେ ମାସରେ ସେ ଏହାକୁ ବ୍ୟବସାୟର ରୂ ଦେଇଛନ୍ତି । ଆଲିଙ୍ଗନ ଥେରାପିର ଅନେକ ନିର୍ଦ୍ଦେଶାବଳୀ ରହିଛି । ଲୋକେ କ’ଣ ଚାହୁଁଛନ୍ତି ଏବଂ ସେମାନଙ୍କ ସୀମାକୁ ଏଥିରେ ପ୍ରାଧାନ୍ୟ ଦିଆଯାଉଛି । କେଉଁ ତରିକା ସେମାନଙ୍କୁ ନିରାପଦ ଓ ଶାନ୍ତ ଅନୁଭବ ପ୍ରଦାନ କରିବାରେ ସାହାଯ୍ୟ କରୁଛି, ଏଥିରେ ତାହା ଦେଖାଯାଏ । ଏହା ସାଧାରଣତଃ ବିଶ୍ୱାସ ଓ ଯୋଗାଯୋଗ ଗଢ଼ିବା ଉପରେ ଫୋକସ୍‌ କରେ ବୋଲି ଟ୍ରେଜର୍‌ କହିଛନ୍ତି ।