fbpx

୫ ପଇସାର ବିରିୟାନୀ ଖାଇବା ପାଇଁ କଣ ଆପଣ ବି ଏମିତି କରିବେ….

ନୂଆଦିଲ୍ଳୀ: ଭାରତରେ କରୋନାର ଭୟାବହତା ବଢୁଥିଲେ ହେଁ ଏହା ଭାରତୀୟ ମାନଙ୍କୁ ସଚେତନ କରିବାରେ ସକ୍ଷମ ହୋଇନାହିଁ । ଚେନ୍ନାଇ ସ୍ଥିତ ମଦୁରାଇରେ ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି । ୫ ପଇସା ପ୍ରଦାନ କଲେ ବିରିୟାନୀ ଖାଇବାକୁ ମିଳୁଛି ବୋଲି ପ୍ରଚାର ହେବା ପରେ କୋଭିଡ ନିୟମ ଭୁଲି ବିରିୟାନୀକୁ ବେଢି ଯାଇଥିଲେ ସାଧାରଣ ଜନତା । ଏପରିକି ଏହା ମଧ୍ୟରେ ଅଧିକ ଶିଶୁ ମଧ୍ୟ ରହିଥିଲେ । ମଦୁରାଇରେ ନୂତନ ଭାବରେ ଖୋଲିଥିବା ସୁକନ୍ୟା ବିରିୟାନୀ ପକ୍ଷରୁ ଏହି ଅଫର ପ୍ରଦାନ କରାଯାଇଥିଲା ।

ମାତ୍ର ହୋଟେଲର ମାଲିକ ଏତେ ପରିମାଣରେ ଭିଡର ଆଶା ରଖିନଥିଲେ । ପରସ୍ଥିତି ଏପରି ହୋଇଥିଲା କି ୩୦୦ରୁ ଅଧିକ ଲୋକ ଜମା ହୋଇ ଯାଇଥିଲେ । ସେଲ୍ଲୁର ଅଞ୍ଚଳରେ ମରାଯାଇଥିବା ପୋଷ୍ଟର ଦେଖି ଅଧିକ ଭିଡ ସୃଷ୍ଟି ହୋଇଥିଲା । ଭିଡ ଯେତେବେଳେ କୋଭିଡ ନିୟମ ପାଳନ କରିନଥିଲେ ହୋଟେଲ କର୍ତ୍ତୃପକ୍ଷ ତୁରନ୍ତ ସଟର ପକାଇ ଦେଇଥିଲେ । ଏପରିକି କିଛି ଲୋକ ବିରିୟାନୀ ପାଇନଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ । ଝଗଡା ସୃଷ୍ଟି ହେବା ପରେ ପୋଲିସ ଦୋକାନ ସମ୍ମୁଖରୁ ଭିଡ ହଟାଇଥିଲା ।

Get real time updates directly on you device, subscribe now.