fbpx

ଶେଷ ହେବ ଦୁନିଆ! ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଆଷ୍ଟ୍ରଏଡ, ଆଲର୍ଟ ଜାରି

ନୂଆଦିଲ୍ଲୀ: ପୃଥିବୀର ଭବିଷ୍ୟତକୁ ନେଇ ଭୟଙ୍କର ତଥ୍ୟ ଦେଇଛି ନାସା । ଖୁବଶୀଘ୍ର ପୃଥିବୀ ଆଡକୁ ଏକ ବୃହତ ଆକାରର ବିପଦ ଦ୍ରୁତ ଗତିରେ ମାଡି ଆସୁଥିବା ନେଇ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଏକ ବିଶାଳ ଆକାରର ଆଷ୍ଟ୍ରଏଡ ପୃଥିବୀମୁହାଁ ହୋଇ ମାଡି ଆସୁଥିବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି । ଯାହା ପୃଥିବୀ ସହ ଧକ୍କା ହେଲେ ମହାବିପଦ ଘଟିପାରେ ବୋଲି ନାସା ସୂଚନା ଦେଇଛି । ତେବେ ନାସାର ବୈଜ୍ଞାନିକମାନେ ଏହା ଉପରେ ଲଗାତାର ନଜର ରଖିଛନ୍ତି ।

ନାସା ତରଫରୁ ମିଳିଥିବା ସୂଚନା ଅନୁସାରେ, ୨୦୪୬ ମସିହା ଫେବୃଆରୀ ୧୪ ତାରିଖରେ ଏକ ବିଶାଳ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି । ତେବେ ନାସାର ବୈଜ୍ଞାନିକମାନେ ମଧ୍ୟ ଏହି ଆଷ୍ଟ୍ରଏଡର ଗତିବିଧି ଉପରେ ତୀକ୍ଷ୍ମଣ ନଜର ରଖିଛନ୍ତି । ତେବେ ଏହାର ଆଶଙ୍କା କମ୍ ରହିଛି । ଏହାପରେ ମଧ୍ୟ ବୈଜ୍ଞାନିକ ଏହାକୁ ଲିଷ୍ଟର ଶୀର୍ଷରେ ସ୍ଥାନ ଦେଇଛନ୍ତି । ଏହି ଆଷ୍ଟ୍ରଏଡକୁ ଫେବୃଆରୀ ୨୬ ତାରିଖରେ ଚିହ୍ନଟ କରାଯାଇଥିବା ବେଳେ ଏହାକୁ ୨୦୨୩ଡି.ଡବଲ୍ୟୁ ରୂପେ ବୋଲି ଜଣାଯାଏ । ତେବେ ବର୍ତ୍ତମାନ ଏହି ଆଷ୍ଟ୍ରଏଡକୁ ନେଇ କୌଣସି ବିପଦ ନଥିବା ନାସା ପକ୍ଷରୁ କୁହାଯାଇଛି । କିନ୍ତୁ ରିସ୍କ ଲିଷ୍ଟ ଅନୁସାରେ, ଆଗାମୀ ଦିନରେ(୨୦୪୭-୨୦୫୧ମଧ୍ୟରେ) ପୃଥିବୀ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ।

ନାସା ଟ୍ୱିଟ କରି କହିଛି ଯେ, ଆମେ ୨୦୨୩ଡି.ଡବ୍ଲ୍ୟୁ ନାମକ ଏକ ନୂଆ ଆଷ୍ଟ୍ରଏଡକୁ ଟ୍ରାକ କରିବାରେ ଲାଗିଛୁ । । ତେବେ ଏହା ଆସନ୍ତା ୨୦୪୬ ମସିହାରେ ପୃଥିବୀ ସହ ଧକ୍କା ହୋଇପାରେ । ପ୍ରଥମ ଥର କୌଣସି ବସ୍ତୁ ବା ପ୍ରଦାର୍ଥକୁ ଖୋଜାଗଲେ ଏହାର ଅନିଶ୍ଚିତତାକୁ ଦୂର କରିବା ପାଇଁ ବିଭିନ୍ନ ପରୀକ୍ଷା କରିବାକୁ ଆନକ ତଥ୍ୟ ରେକର୍ଡ କରିଥାନ୍ତି ।

Get real time updates directly on you device, subscribe now.