fbpx

Super Computer ଠାରୁ କମ୍ ନୁହେଁ ମଣିଷର ବ୍ରେନ, ପ୍ରକୃତରେ ଆମର ବ୍ରେନ କିପରି କାର୍ଯ୍ୟ କରିଥାଏ

ନୂଆଦିଲ୍ଲୀ: ମଣିଷର ମସ୍ତିଷ୍କକୁ ନେଇ ବର୍ଷ ବର୍ଷ ଧରି ଅନେକ ଗବେଷଣା ଜାରି ରହିଛି । ଏନେଇ ଅନେକ ସମୟରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ଏକ ବଡ଼ ଓ ଉଚ୍ଚମାନର କ୍ୱାଣ୍ଟମ କମ୍ପ୍ୟୁଟର ନିର୍ମାଣ କରିବା ନେଇ ଅନେକ ପ୍ରୟାସ କରିଆସୁଛନ୍ତି । ତେବେ ବୈଜ୍ଞାନିକମାନେ ଯେଉଁ କ୍ୱାଣ୍ଟମ କମ୍ପ୍ୟୁଟର ନିର୍ମାଣ ପାଇଁ ଏତେ ସଂଘର୍ଷ କରୁଛନ୍ତି, ହୋଇପାରେ ତା’ଠାରୁ ଶକ୍ତିଶାଳୀ କମ୍ପ୍ୟୁଟର ପୂର୍ବରୁ ଆମ ମୁଣ୍ଡ ମଧ୍ୟରେ ଲୁଚି ରହିଛି । ମଣିଷର ବ୍ରେନ କୌଣସି ସୁପର କମ୍ପ୍ୟୁଟର ଠାରୁ କମ୍ ନୁହେଁ । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ।

ଜର୍ନାଲ ଅଫ୍ ଫିଜିକ୍ସ କମ୍ୟୁନିକେସନରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଟ୍ରିନିଟି କଲେଜ ଡବଲିନର ବୈଜ୍ଞାନିକଙ୍କ ଏକ ଟିମ୍ ମାନବ ମସ୍ତିଷ୍କ ଓ ତା’ର କାର୍ଯ୍ୟପ୍ରଣାଳୀକୁ ନେଇ ଯାଞ୍ଚ କରିଥିଲା । ସେଥିପାଇଁ କ୍ୱାଣ୍ଟମ ଗ୍ରାଭିଟିର ଉପସ୍ଥିତିକୁ ଦେଖାଇବା ପାଇଁ ଏକ କନସେପ୍ଟକୁ ମଡିଫାଏ କରାଯାଇଥିଲା । ତେବେ ଆମର ବ୍ରେନ କ୍ୱାଣ୍ଟମ କମ୍ପ୍ୟୁଟେସନର ବ୍ୟବହାର କରିପାରିବ ବୋଲି ଏହି ରିସର୍ଚ୍ଚରୁ ସ୍ପଷ୍ଟ ହୋଇଥିଲା ।

ବ୍ରେନର ଫଙ୍କସନ, ସଚେତନ ସଚେତନତା ଓ ଶର୍ଟ ଟର୍ମ ମେମୋରି ମଧ୍ୟରେ ମଧ୍ୟରେ କିଛି ସମ୍ବନ୍ଧ ରହିଛି । କ୍ୱାଣ୍ଟମ ମେମୋରି ମଧ୍ୟ ସଂଜ୍ଞାନାତ୍ମକ ଓ ସଚେତନ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀର ଏକ ଅଂଶ ଅଟେ । ଆମର ବ୍ରେନ କିପରି କାର୍ଯ୍ୟ କରୁଛି, ସେ ଦିଗରେ ଏହି ଅଧ୍ୟୟନର ଫଳାଫଳ ସହାୟତା କରିବ । ଏଥିସହିତ ବ୍ରେନକୁ କିପରି ସଂରକ୍ଷିତ ରଖାଯାଏ ଓ କିପରି ରିପେୟାର କରାଯାଏ ତାହା ମଧ୍ୟ ଜଣାପଡ଼ିବ । ଯଦି କିଛି ଉଚ୍ଚମାନର ଟେକନିକର ସନ୍ଧାନ ମିଳେ, ତେବେ ଉଚ୍ଚମାନର କ୍ୱାଣ୍ଟମ କମ୍ପ୍ୟୁଟର ତିଆରି କରିବା ସମ୍ଭବ ହୋଇପାରିବ ।

Get real time updates directly on you device, subscribe now.