fbpx
BSKY
BJD MC SKY
BJD MS SKY

ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରେ ମଣିଷର DNA: ତଳେ ପଡ଼ିଥିବା କେଶ, ଚର୍ମ, ଛେପରୁ ଅନେକ ଡାଟା ମିଳିପାରିବ, ବ୍ଲାକ୍ ମାର୍କେଟରେ ବିକ୍ରି ହୋଇପାରେ

ନୂଆଦିଲ୍ଲୀ: ଡିଅକ୍ସି ରିବୋନ୍ୟୁକ୍ଲିକ ଏସିଡ (ଡିଏନଏ) ହେଉଛି ମଣିଷର ଶରୀରର ସେଲ ଭିତରେ ଥିବା ଏକ ଅଣୁ ଯାହାକି ଆମର ଜେନେଟିକ ସୂଚନା ଧାରଣ କରିଥାଏ । ଏଥିସହିତ ଏହା ଆମର ବିକାଶ ଓ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିଥାଏ । ତେବେ ଆପଣମାନେ କେବେ ଭାବିଛନ୍ତି ଯଦି ଆପଣଙ୍କର ଡିଏନଏ କେବେ ଚୋରି ହୋଇଯିବେ, ତେବେ ଆଗକୁ କ’ଣ ଘଟିବ । ଏହାକୁ ନେଇ ବୈଜ୍ଞାନିକମାନେ ଏବେ ଚିନ୍ତା ବ୍ୟକ୍ତ କରିଛନ୍ତି ।

ଜଣେ ଚାହିଁଲେ ଆପଣଙ୍କର ଡିଟେଲ୍ସ ବାହାର କରି ବ୍ଲାକ ମାର୍କେଟରେ ବିକ୍ରି କରିଦେଇପାରେ । କାରଣ ମଣିଷ ଧରିତ୍ରୀ ବକ୍ଷରେ ନିଜର ଡିଏନଏକୁ ଛାଡ଼ିଥାଏ । ଆମ ଶରୀରରୁ ଝଡ଼ୁଥିବା କେଶ, ଚର୍ମରୁ ବାହାରୁଥିବା ଆସ୍ତରଣ ଓ ପାଟିରୁ ବାହରୁଥିବା ଛେପ ଆମ ପାଇଁ ବିପଦ ଆଣିପାରେ । ଏହିସବୁ ଜିନିଷରେ କେମିକାଲ କୋଡ ଲେଖାଯାଇଥାଏ, ଯାହାକି ଆମର ଶରୀରକୁ ଚଳାଇବାରେ ସହାୟକ ହୋଇଥାଏ ।

ସାରା ବିଶ୍ୱରେ ବିସ୍ତାରିତ ହେଉଥିବା ଆମର ଡିଏନଏକୁ କେହି ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଥିଲେ । ଏନେଇ ଗତ ବର୍ଷ ମେ ମାସରେ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଥିଲା । ମଣିଷ ଆଜି ଟେକ୍ନୋଲୋଜି କ୍ଷେତ୍ରରେ ଏତେ ବିକାଶ ଲାଭ କଲାଣି ଯେ ତା’ର ଡିଏନଏକୁ ବାୟୁ, ପାଣି ବା ଜମି ଯେ କୌଣସି ସ୍ଥାନରୁ ଉଠାଇ ନେଇ ହେବ । ଲୋକଙ୍କର ବ୍ୟକ୍ତିଗତ ଡାଟାକୁ ଖରାପ ଲୋକଙ୍କ ହାତକୁ ଚାଲିଯାଇପାରେ ।

ତେବେ ଏଭଳି ଏକ ବଡ଼ଧରଣର ଚୋରିକୁ ରୋକିବା ପାଇଁ ସାରା ବିଶ୍ୱ କି ମଣିଷ ସମାଜ ପ୍ରସ୍ତୁତ ହୋଇନାହିଁ । ଆମେ ସମାଜର ହିତସାଧନ ପାଇଁ ଟେକନିକକୁ ବିକାଶ କରୁଛେ । ମାତ୍ର ଯଦି ଏହା ମନ୍ଦଶକ୍ତିଙ୍କ ହାତରେ ପଡ଼ିଥାଏ, ତେବେ ଏହାର କ୍ଷତି ଆମ ସମସ୍ତଙ୍କୁ ସହ୍ୟ କରିବାକୁ ପଡ଼ିବ । ତେବେ ଡିଏନଏକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ପ୍ରସଙ୍ଗକୁ ସାରା ଦୁନିଆ ସମ୍ମୁଖକୁ ଆଣିବା ସହ ଏନେଇ କିଛି ନୀତି, ନିୟମ ଲାଗୁ କରିବାର ସମୟ ଆସିଯାଇଛି ବୋଲି ୟୁନିଭରସିଟି ଅଫ୍ ଫ୍ଲୋରିଡାର ଜଣେ ପ୍ରାଣୀ ବିଜ୍ଞାନୀ ମତ ଦେଇଥିଲେ ।

ଧରିତ୍ରୀ ପୃଷ୍ଠରେ ବୃକ୍ଷଲତା, ଜୀବଜନ୍ତୁ ଓ ମଣିଷଙ୍କର ଡିଏନଏ ବିଭିନ୍ନ ମାଧ୍ୟମରେ ବିସ୍ତାରିତ ହେଉଛି । ଏହାକୁ ବୈଜ୍ଞାନିକମାନେ ‘ଇ’ ଡିଏନଏ ବା ପରିବେଶ ଡିଏନଏ କହୁଛନ୍ତି । ଆଜି ଟେକନିକ୍ ଏତେ ବିକାଶ ଲାଭ କରିଛି ଯେ, ଯଦି ଏହି ଇ ଡିଏନଏର ଏକ ଛୋଟ ଅଂଶ ମନ୍ଦ ଶକ୍ତିଙ୍କ ହାତରେ ପଡ଼େ ତେବେ ତାହାର ସିକ୍ୱେନ୍ସିଂ କରି ପୂରା ଇକୋଲୋଜିର ଜୀବଙ୍କର ଇତିହାସ ବିଷୟରେ ଜାଣିହେବ । ଏଥିସହିତ ସେହି ସ୍ଥାନରେ କେଉଁ ସବୁ ଜୀବ ରହିଛନ୍ତି ସେ ବାବଦରେ ମଧ୍ୟ ଜାଣିବା ସମ୍ଭବ ହୋଇପାରିବ । ତେଣୁ ଏନେଇ ମଣିଷ ସମାଜ ଚିନ୍ତା କରିବା ଆବଶ୍ୟକ ।

Get real time updates directly on you device, subscribe now.