fbpx

(Video) ମୟୁରଭଞ୍ଜ ଜିଲ୍ଲାରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା: ଜୁଇରୁ ନେଇ ଖାଇଲା ମାଂସ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସ୍ୱାର୍ଥପର ଦୁନିଆରେ ଅନେକ ଲୋକ ନିଜର ମାନବିକତା ହରାଇ ଅତ୍ୟ ଘୃଣ୍ୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି । କିଛି ଲୋକ ମଣିଷ ଓ ପଶୁଙ୍କ ଭଳି ଆଚରଣ ଦେଖାଉଛନ୍ତି । ନିକଟରେ ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅଞ୍ଚଳରେ । ଜୁଇ ଜଳୁଥିବା ଅବସ୍ଥାରେ ଶବ ଦେହରୁ ମାଂସ ବାହାର କରି ଖାଇବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଅଟକ ରଖିଛି ।

ସୂଚନା ମୁତାବକ, ଗତ ୧୧ ତାରିଖ ଦିନ ବଡ଼ସାହି ଥାନା ଅନ୍ତର୍ଗତ ବୀରେଶ୍ୱରପୁର ପଞ୍ଚାୟତର ଦାନ୍ତୁଣି ଗାଁର ସୋମା ସିଂଙ୍କ ଝିଅ ଟୁନି ସିଂଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା । ଏହାପରେ ଶବ ବ୍ୟବଚ୍ଛେଦ କରାଯାଇ ଅପରାହ୍ଣ ୩ଟା ସମୟରେ ଗାଁ ମୁଣ୍ଡରେ ଶବଦାହ କରାଯାଇଥିଲା । ତେବେ ମଦ ସହ ଚାଖଣା ଖାଇବା ନ ମିଳିବାରୁ ଅଧାପୋଡ଼ା ଜଳନ୍ତା ଶବର ମାଂସ ଖାଇଥିଲେ ଦୁଇଜଣ ବ୍ୟକ୍ତି ।

ଦାନ୍ତୁଣି ଗ୍ରାମର ଦୁଇ ବ୍ୟକ୍ତି ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ ମଦ ନିଶାରେ ସବୁ ସୀମା ପାର କରିଦେଇଥିଲେ । ଏହି ଦୁଇ ନିଶାସକ୍ତ ବ୍ୟକ୍ତି ଅଧାପୋଡ଼ା ଶବର କିଛି ଅଂଶ କାଢ଼଼ି ଆଣି ସେହି ମାଂସକୁ କାଢ଼ି ପୁଣି ପୋଡ଼ିବା ପରେ ଖାଇଥିଲେ । ଏହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ନିଧୁର୍ମ୍ ଛେଚିଥିଲେ । ଏହାପରେ ଲୋକମାନେ ଦୁଇ ଯୁବକଙ୍କୁ ଧରି ଥାନାରେ ପହଞ୍ଚିଥିଲେ । ପୋଲିସ ପଚରାଉଚରା କରିବା ପରେ ଦୁହିଁଙ୍କୁ ଥାନାରେ ଅଟକ ରଖିଥିଲା । ଏଭଳି ଅମାନୁଷିକ କାଣ୍ଡକୁ ନେଇ ଉକ୍ତ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ।

Get real time updates directly on you device, subscribe now.