fbpx

ଆଜି ବି ବଞ୍ଚିଛି ମାନବିକତା ,ବିବେକ ର ଉହାଡରେ

କୁଡୁମୁଲୁଗୁମ୍ମା ,ତା:୨୦/୧୧/୨୦୨୦ ରିଖ: ଅଗନା ଅଗନି ବନସ୍ତ ।ବାଲିମେଳା ଜଳଭଣ୍ଡାରର କଡେ କଡେ ଥାକ ଥାକ ପାହାଡ ସଂଧିରେ ଗାଁ ଟି ଏ ବଂନ୍ଧାମାମାଡି କଂଧ ସ°ପ୍ରଦାୟର ଝିଅ ଟିଏ ଗୌରି ପାଂଗୀ ,ବାପା ସ୍ୱର୍ଗତ ରାମ ପା°ଗୀ ,ମା କମଳା ପାଂଗୀ ।ପିଲାଟି ଦିନରୁ ସେ ପାଠ ପଢିବା ପାଇଁ ଖୁବ୍ ଆଗ୍ରହୀ । ଆଦିବାସୀ ଅଞ୍ଚଳ ହୋଇଥିବାରୁ ବାପା ମା ର ଅନେକ ଆକଟ, ଘର କାମ ସହ ବିଲବାଡି, ଗାଈଗୋରୁ ଚରା ପରେ ବି ଗୌରୀ ର ଖୁବ୍ ଆଗ୍ରହ ବହିରେ ।ବହି ର ବାସ୍ନା ରେ ବିଭୋର ହୋଇଉଠେ ସେ । ଗରିବ ହେତୁ ଅନେକ କଷ୍ଟରେ ଗାଁ ପ୍ରାଥମିକ ବିଦ୍ୟାଳୟ ରୁ ପାଢପଢା ସାରି ବାଲିମେଳା ଉଚ୍ଚ ବିଦ୍ୟାଳୟ ରୁ ମେଟ୍ରିକ୍ ପାସ୍ କରିଛି ।ବାଲିମେଳା ବିଜ୍ଞାନ ଓ ବୈଷୟିକ ଶିକ୍ଷା ମହାବିଦ୍ୟାଳୟ ରୁ ବହୁତ ଘାତ ପ୍ରତିଘାତ ସହି ଯୁକ୍ତ ଦୁଇ ପରୀକ୍ଷା ପାସ୍ କରିଛି ।ମନରେ ଅନେକ ଆଶା, ସେ ପାଠ ପଢିବ,ଆହୁରି ଆଗକୁ ବଢିବ ।ଦୁନିଆରେ ସେ ମଣିଷ ଭଳି ମଣିଷ ଟିଏ ହେବ ।।ସରକାର କଂ ଅନେକ ଯୋଜନା, ନାରୀ ଶଶକ୍ତିକରଣ ର ନିଛକ୍ ଉଦାହରଣ ଟିଏ ସେ ।ଯୁକ୍ତ ଦୁଇ କଳା ପାସ୍ କଲାପରେ ମନରେ ଯୁକ୍ତ ତିନି ପଢିବାର ଅଦମ୍ୟ ଇଛା କୁ ପେଟରେ ଚାପି ରଖି ଚୁପ୍ ହୋଇଯାଇଥିଲା ଗୌରୀ, କାହାକୁ କହିବ,ଶୁଣିବ କିଏ ? ମାନବିକ ଅଧିକାର ର ସୁରକ୍ଷା ପାଇଁ କାମ କରୁଥିବା କୁଡୁମୁଲୁଗୁମ୍ମା ର ଛଅ ଜଣ ବଂଧୁ କଂ ନିକଟରେ ଏ ଖବର ପହଞ୍ଚିଲା । କାଳବିଳମ୍ବ ନକରି ମାନବିକ ଅଧିକାର କର୍ମୀ ତଥା ସମାଜସେବୀ ଶ୍ରୀ ପ୍ରଭାକର ସୁନା , ଭଗବାନ ସାହୁ, ହୃଷିକେଶ ସେଠୀ,ଗୋପୀ ପାଂଗୀ ,ବିଦ୍ୟାଧର ସାହାଣୀ, ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ, ଡାଇକ୍ ୩ ନିକଟରେ ଝିଅ ଟିକୁ ଭେଟିଲେ ।ତାର ପରିବାର ସହ ଆଲୋଚନା କଲେ ।।ଗ୍ରାମବାସୀଙ୍କ କହିବା କଥା ଗୌରୀ ଭଳି ଗୁଣର ଝିଅ ଟିଏ ଆମ ଗାଁ ର ଗୌରବ ।ପରିବାର ର ଆର୍ଥିକ ଅଭାବ ଯୋଗୁଁ ସେ ଆଗକୁ ପଢିପାରୁ ନାହିଁ ।କଥାରେ ଅଛି !! ଇଛା ଥିଲେ ଉପାୟ ଆପେ ଆପେ ଆସେ ।ସେମାନେ ସଂଗେ କୁଡୁମୁଲୁଗୁମ୍ମା ଆସି ଡାରୱିନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପ୍ରଧାନ କୁଂ ଯୋଗାଯୋଗ କଲେ ।କୁଡୁମୁଲୁଗୁମ୍ମା ର ସାହିତ୍ୟିକ ତଥା କବି ବଳରାମ ପୂଜାରୀ ମଧ୍ୟ ସହାୟତା ପାଇଁ ଆଗେଇ ଆସିଲେ ।ଗୌରୀ ମନରେ ସଂଚରି ଗଲା ନୂଆଁ ଆଶା ଆକାଂକ୍ଷା ଓ ଅଭିପ୍ସା ର ଲମ୍ବା ଇଛାମାନକଂ ତାଲିକା ।।ଜଣେ ସ୍ୱାଭିମାନୀ ଓଡିଆ ଆଦିବାସୀ କଂଧ ଝିଅ ଭାବେ ସେ ପାଠ ପଢିବ ଓ ମଧୂ ବାବୁ ସହ କାଳିଆ ଘୋଡାରେ ଚଢିବ ।।ଆଜି ଗୌରୀ ର ଆଶା ପୂରଣ ହୋଇଛି ।ସ୍ପଟ୍ ଆଡ୍ ମିଶନ୍ ଆଧାର ରେ ଗୌରୀ ନୂତନ ଜୀବନ ଭଗ୍ନାଂଶ ର କଥା କବରୀ ଆରମ୍ଭ କରିବ ଡାରୱିନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ, କୁଡୁମୁଲୁଗୁମ୍ମା ଠାରୁ ଜୀବନର ଜୟ ଯାତ୍ରା ।ସମାଜ ରେ ଏବେ ବି ମାନବିକତା ବଂଚି ରହିଛି ।ମାଲକାନଗିରି ଜିଲ୍ଲାର ଆଦିବାସୀ କଂଧ ସମାଜ ର ସଭାପତି ଥିବା ଗୋପୀ ପାଂଗି, କୁଡୁମୁଲୁଗୁମ୍ମା ର ଜଣାଶୁଣା ସାମାଜିକ କର୍ମୀ , ପ୍ରଭାକର ସୁନା, ଭଗବାନ ସାହୁ ,ହୃଷିକେଶ ସେଠୀ, ଅଶୋକ କୁମାର ପ୍ରଧାନ , ବଳରାମ ପୂଜାରୀ ,ତ୍ରୀନାଥ ସାହୁ ଓ ଜଗବନ୍ଧୁ ବାରୀକ ଆଗାମୀ ଦିନରେ ତାର ଉଚ୍ଚ ଶିକ୍ଷା ର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଓ ଗୌରୀ ଅନ୍ୟ ଝିଅ ମାନଙ୍କ ଭଳି କୁଡୁମୁଲୁଗୁମ୍ମା ଯୁକ୍ତ ତିନି ହଷ୍ଟେଲରେ ରହି ଆଂକି ଚାଲୁଛି ତାର ଜୀବନ ଭଗ୍ନାଂଶ ର ସୁନେଲି ଭବିଷ୍ୟତ ।।ଆଗାମୀ ଦିନରେ ଜଣେ ପ୍ରଶାସନିକଅଧିକାରୀ ହୋଇ ମାଲକାନଗିରି ମାଟି ର ସେବା କରିବା ପାଇଁ ବଦ୍ଧପରିକର ଗୌରୀ ।।ସତରେ !! ଆଜି ବି ମରିନାହିଁ ମାନବିକତା । ଗୌରୀ ମନରେ ଅଦମ୍ୟ ସାହାସ ,ଉତ୍ସାହଓ ପ୍ରେରଣା ଭରି ଦେଇଛନ୍ତି ମାନବତାକୁ ଜୀବନ୍ଯାସ ଦେଉଥିବା ଏଇ ସାମାଜିକ କର୍ମୀ ବଂଧୁ ମାନେ । ଏଭଳି ଜନମଂଗଳ କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ପ୍ରଂଶସା କରିବା ସହ ଗୌରୀ ର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

Get real time updates directly on you device, subscribe now.