fbpx
BJD SKY
BJD SKY

ପ୍ରତିଶୋଧ ନେଲା ଅଟୋ ଚାଳକ ସଂଘ ; ରାଜରାସ୍ତାରେ ଗଡିଲାନି ଅଟୋ, ଅପମାନର ପ୍ରତିବାଦରେ ଶହ ଶହ ଅଟୋ ଚାଳକଙ୍କ ବିକ୍ଷୋଭ

BJD

ଭୁବନେଶ୍ୱର : ଆଜି ଭୁବନେଶ୍ୱ ସ୍ମାର୍ଟ ସିଟିର ଅନଲାଇନ୍ ଅଟୋ ଚାଳକ ସଂଘ ରାଜରାସ୍ତାକୁ ଓହ୍ଳାଇଛି । ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ବିରୋଧ କରି ଅଟୋ ଚାଳକ ସଂଘ ରାସ୍ତାରେ ହୋ-ହାଲ୍ଲା ମଚାଇଛି । ଗତକାଲି ଡ୍ରାଇଭର ସଂଘ ପକ୍ଷରୁ ଅଟୋ ଚାଳକଙ୍କୁ ଦିଆଯାଇଥିବା ଅପମାନର ପ୍ରତିବାଦରେ ଏମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ , ଗତକାଲି ଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଭୁବନେଶ୍ୱର, ପୁରୀ , ନୟାଗଡ ସମେତ ପଶ୍ଚିମଓଡିଶାର ସମ୍ବଲପୁର, ବୁର୍ଲା, କୁଚିଣ୍ଡା ଆଦି ସହରରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜୋରଦାର କରାଯାଇଥିଲା । କିନ୍ତୁ ସରକାରୀ ବସ ସହ ବାଇକ୍ ଏବଂ ଅନ୍ୟାନ୍ୟ ଘରୋଇ ଗାଡି ରାସ୍ତାରେ ଗଡିଥିଲା । ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଦୃଷ୍ଟରେ ରଖି ଅଟୋ ଚାଳକ ସଂଘ ଏହି ଆନ୍ଦୋଳନରୁ ବାଦ୍ ପଡିଥିଲା । ଲୋକମାନଙ୍କୁ ଜରୁରୀକାଳୀନ ସେବା ଏମାନେ ଯୋଗାଇ ଦେଇଥିଲେ । ଖୋର୍ଦ୍ଧା ତମାଣ୍ଡୋ ନିକଟରେ ଆନ୍ଦୋଳନରତ ଡ୍ରାଇଭର ଏକ ଅଟୋକୁ ଅଟକାଇ ଚାଳକଙ୍କ ବେକରେ ଫୁଲ ହାର ପକାଇବା ସହ ସିଲଟ୍ ଧରାଇ ଫଟୋ ଉଠାଇଥିଲେ । ଯାହାକୁ ଅଟୋ ଚାଳକ ମାନେ ଘୋର ବିରୋଧ କରିଛନ୍ତି । ଏହାର ପ୍ରତିବାଦରେ ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ ପକ୍ଷରୁ ପିକେଟିଂ କରାଯାଇଛି । ଏଭଳି ଅପମାନକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଟୋ ଚାଳକ ସଂଘ ପକ୍ଷରୁ କୁହାଯାଇଛି ।

ଡ୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଥିବା ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରାଯିବ । ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରାନଗଲେ ରାଜରାସ୍ତାରେ ଅଶାନ୍ତି ପରସ୍ଥିତିଚ ସୃଷ୍ଟି ହେବ ବୋଲି ଅଟୋଚାଳକ ସଂଘ ପକ୍ଷରୁ ଧମକ ଦିଆଯାଇଛି । ପୋଲିସ କମିଶନର ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାେଇନ୍ ନମ୍ବର କାମ କରୁନି ଏବଂ ସେଥିରୁ କିଛି ସମାଧାନ ବାଟ ବାହାରୁନି । ପୋଲିସ ଉପସ୍ଥିତିରେ ଡ୍ରାଇଭର ମହାସଂଘର ଏଭଳି କାର୍ଯକଳାପ ଏବଂ ପୋଲିସ ନୀରବ ରହି ଦର୍ଶକ ସାଜିଥିବା ଘଟଣାକୁ ଅଟୋ ଚାଳକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏଥିରେ ଶହ ଶହ ଅଟୋ ଚାଳକ ସାମିଲ ହୋଇଛନ୍ତି । ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତିହାର ନ କଲେ ସବୁ ଛକରେ ଶହ ଶହ ଅଟୋ ଥୁଆ ହେବ ବୋଲି କଡା ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.