fbpx

PEO, ଜୁନିୟର ଆସିଷ୍ଟାଣ୍ଡ ନିଯୁକ୍ତି ୨୦୨୩: OSSSC ପଦ ସଂଖ୍ୟା ୬୮୬୨କୁ ବୃଦ୍ଧି ପାଇଲା, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ମିଳିତ ନିଯୁକ୍ତି ପରୀକ୍ଷା-୨୦୨୩ ଅଧିନରେ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜିଲ୍ଲା ସ୍ତରରେ ଜୁନିୟର ଆସିଷ୍ଟାଣ୍ଟ (ଜେଏ) ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପଦରେ ନିଯୁକ୍ତି ଦିଆଯିବ ।

ଏହା ପୂର୍ବରୁ କମିଶନ ତରଫରୁ ବିଭିନ୍ନ ବିଭାଗ ଅଧିନରେ ଜିଲ୍ଲାର ପ୍ରତିଷ୍ଠାନଗୁଡ଼ିକ ପାଇଁ ୩୦୯୯ଟି ଜେଏ ଓ ୨୨୯୭ଟି ପିଇଓ ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ଓଏସଏସଏସସି ମୁତାବକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଭିନ୍ନ ଜିଲ୍ଲାର ପ୍ରତିଷ୍ଠାନ ପାଇଁ ୧୪୬୬ଟି ଅତିରିକ୍ତ ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ମଞ୍ଜୁରୀ ପ୍ରଦାନ କରିଛି ।

ତେବେ ଏହା ଫଳରେ ପୂର୍ବରୁ ୩୦୯୯ଟି ଜୁନିୟର ଆସିଷ୍ଟାଣ୍ଟ ପଦ ରହିଥିବା ବେଳେ ଏବେ ୧୪୬୬ଟି ପଦକୁ ମିଶାଇ ମୋଟ ପଦ ସଂଖ୍ୟା ୪୫୬୫ରେ ପହଞ୍ଚି ଯାଇଛି । ଏ ବାବଦରେ ଓଏସଏସଏସସି ପକ୍ଷରୁ ସମସ୍ତଙ୍କୁ ସୂଚିତ କରାଯାଇଛି । ଅନ୍ୟପକ୍ଷରେ ପିଇଓ ପଦ ସଂଖ୍ୟା ୨୨୯୭ରେ ସ୍ଥିର ରହିବ ବୋଲି କମିଶନ ତରଫରୁ କୁହାଯାଇଛି । ଯାଜପୁର ଜିଲ୍ଲାର ପିଇଓ ପଦ ପାଇଁ କିଛି ବର୍ଗରେ ପରିବର୍ତ୍ତନ ହୋଇଥିବା କୁହାଯାଇଛି ।

ତେବେ କମିଶନ ୱେବ ପୋର୍ଟାଲ ଙ୍ଗଙ୍ଗଙ୍ଗ.କ୍ଟଗ୍ଦଗ୍ଦଗ୍ଦମ.ଶକ୍ଟଙ୍ଖ.ସଦ୍ଭରେ ଉପଲବ୍ଧ ରହିଥିବା ସୁବିସ୍ତୃତ ବିଜ୍ଞାପନର ଅନ୍ୟ ସମସ୍ତ ସର୍ତ୍ତାବଳୀଗୁଡ଼ିକ ଅପରିବର୍ତ୍ତିତ ରହିବ । ଏଥିପାଇଁ ଆବେଦନର ଅନ୍ତିମ ତାରିଖ ଆସନ୍ତା ୨୭ ତାରିଖ ରହିଥିବା କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାର୍ଥୀମାନେ ଶେଷ ତାରିଖର ଭିଡ଼ ପୂର୍ବରୁ ଅନଲାଇନ୍ ଆପ୍ଲିକେସନ ସବମିଟ କରିବାକୁ ପରାମର୍ଶ ଦିଆଯାଇଛି । ରେଜିଷ୍ଟ୍ରେସନ / ରି-ରେଜିଷ୍ଟ୍ରେସନ କରିଦେଲେ ଅନଲାଇନ ଆପ୍ଲିକେସନ ସମାପ୍ତ ହେବନାହିଁ । ପ୍ରାର୍ଥୀଙ୍କୁ ଏଥିପାଇଁ ଲଗିନ କରି ସମସ୍ତ ଡକ୍ୟୁମେଣ୍ଟର ତଥ୍ୟ ଦେବାକୁ ପଡ଼ିବ । ଅସମାପ୍ତ ଆପ୍ଲିକେସନ / ପେପର ଆପ୍ଲିକେସନ / ଶେଷ ଦିବସ ପରେ ଗ୍ରହଣ ହୋଇଥିବା ଆପ୍ଲିକେସନକୁ ରିଜେକ୍ଟ କରିଦିଆଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.