fbpx

ବୁଧ ଏବଂ ବୃହସ୍ପତି ଯୋଗରେ ଏହି ୫ରାଶି ହେବେ ଲାଭବାନ, ହେବ ପ୍ରଗତି ହିଁ ପ୍ରଗତି, ବର୍ଷିବ ଧନ

ଆଜି ସକାଳ ସମୟ ୧୦ଟା ୩୩ ମିନିଟରେ ବୁଧଗ୍ରହ ମୀନ ରାଶିରେ ପ୍ରବେଶ କରିବେ । ସେହି ମୀନ ରାଶିରେ ବୃହସ୍ପତି ପୂର୍ବରୁ ବିରାଜମାନ କରିଛନ୍ତି । ଯେଉଁ କାରଣରୁ ବୁଧ ଏବଂ ଗୁରୁର ଯୋଗ ହେବ । ବୃହସ୍ପତିଙ୍କୁ ଜ୍ଞାନ ଏବଂ ବୁଦ୍ଧିମତାର ଗ୍ରହ ବୋଲି ଧରାଯାଏ । ଏହି ଦୁଇ ଗ୍ରହର ଯୋଗରେ ଯାତକଙ୍କୁ ଶକ୍ତି, ସମାଜ ମାନ ସମ୍ମାନ ମିଳିବ । ସୂର୍ଯ୍ୟଙ୍କ ସବୁଠାରୁ ନିକଟତମ ଗ୍ରହ ହେଉଛନ୍ତି ବୁଧ ଗ୍ରହ । ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର ବୋଲି କୁହାଯାଏ । ବୁଧଗ୍ରହ ବୁଦ୍ଧି, ବାଣୀ, ବ୍ୟାପାର ଆଦିର କାରକ ବୋଲି ବିଶ୍ୱାସ କରାଯାଏ ।ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ବୁଧଙ୍କ ଶୁଭ ସ୍ଥିତି, ଦୃଢ ଶକ୍ତି ବଢାଇଥାଏ । ଏହାସହ ବୁଦ୍ଧିକୁ ଉଜ୍ୱଳ କରିଥାଏ । ଯେଉଁ ଲୋକଙ୍କ କୁଣ୍ଡଳୀରେ ବୁଧ ଅଶୁଭ ବା କମଜୋର ସ୍ଥିତିରେ ଥାଆନ୍ତି, ସେମାନଙ୍କ ନିର୍ଣ୍ଣୟ ନେବା ଶକ୍ତି କମ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ବୁଧ ଗ୍ରହ ମୀନ ରାଶିରେ ପ୍ରବେଶ ଦ୍ୱାରା କେଉଁ କେଉଁ ରାଶିର ଲୋକମାନଙ୍କୁ ଲାଭ ହେବ ।

ବୃଷରାଶି: ବୁଧଗ୍ରହ ବୃଷ ରାଶିର ୧୧ ଗୃହରେ ପ୍ରବେଶ କରିବାକୁ ଯାଉଛନ୍ତି । ବୃହସ୍ପତି ପ୍ରଥମରୁ ୧୧ ଘରେ ରହିଛନ୍ତି । ଏହାଦ୍ୱାରା ଏହି ରାଶିର ଲୋକମାନଙ୍କୁ ଧନପ୍ରାପ୍ତି ହେବ । ବ୍ୟବସାୟ ବାଣିଜ୍ୟରେ ଲାଭ ହେବ । ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି । ଉଚ୍ଚ ଶିକ୍ଷାରେ ଅନୁକୂଳ ପରିଣାମ ପ୍ରାପ୍ତ ହୋଇପାରେ ।

ମିଥୁନରାଶି: ମିଥୁନ ରାଶିର ବୃତ୍ତିଗତ ଜୀବନ ପାଇଁ ଏହି ଗୋଚର ଅତ୍ୟନ୍ତ ଶୁଭ ରହିବ । ଏହା ମଧ୍ୟରେ ଆପଣଙ୍କ କ୍ୟାରିୟରରେ ସଫଳତା ମିଳିପାରେ । ଶିକ୍ଷା ଏବଂ ବ୍ୟାଙ୍କିଂ ପାଇଁ ଏହି ଯୋଗ ଫଳପ୍ରଦ ପ୍ରମାଣିତ ହେବ । ଆପଣଙ୍କ ଜୀବନରେ ଭୌତିକ ସୁଖ ବଢିପାରେ । ସମାଜରେ ମାନ ସମ୍ମାନ ବଢିବ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ପାପ୍ତ ହେବ ।

କନ୍ୟାରାଶି: ଗୁରୁ ଏବଂ ବୁଧର ଯୋଗରେ କନ୍ୟାରାଶି ଲୋକଙ୍କ ଆର୍ଥିକ ଲାଭ ଘଟିବ । ବ୍ୟବସାୟରେ ନୂଆ ଘଟଣା ପ୍ରାପ୍ତ ହୋଇପାରେ । ଆପଣ କିଛି ପ୍ରଭାବଶାଳୀ ଲୋକଙ୍କୁ ଭେଟି ପାରନ୍ତି । ଯାହାର ସାହାଯ୍ୟରେ ଆପଣ ନୂଆ ବିଜନେସକୁ ଆଗକୁ ବଢାଇବାରେ ସଫଳତା ହାସଲ କରିପାରିବେ । ଆପଣଙ୍କୁ ଜୀବନସାଥୀଙ୍କ ସାଥ ମିଳିବ । ପରିବାର ମଧ୍ୟ ଆପଣଙ୍କୁ ଉତ୍ସାହ କରିବେ ।

ଧନୁରାଶି: ବୁଧ ଏବଂ ବୃହସ୍ପତିଙ୍କ ଏହି ଯୋଗରେ ଆପଣଙ୍କ ବୃତ୍ତିଗତ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରେ । ସୁଖ, ସଫଳତା ଏବଂ ଭୌତିକ ପ୍ରାପ୍ତି ଘଟିବ । ବୈବାହିକ ଜୀବନ ସୁଖମୟ ହେବ । ଆପଣ ନୂଆ ଜମି କିଣିପାରନ୍ତି । ବ୍ୟବସାୟରେ ଉନ୍ନତି ଘଟିପାରେ । ଆପଣଙ୍କ ମାଆଙ୍କ ଆର୍ଶିବାଦ ଅଲଗା ଅଲଗା କ୍ଷେତ୍ରରେ କାମଦେବ ।

ମୀନରାଶି: ବୁଧ ଗ୍ରହ ମୀନ ରାଶିରେ ପ୍ରବେଶ କରୁଛନ୍ତି । ଏହା ପୂର୍ବରୁ ବୃହସ୍ପତି ମଧ୍ୟ ଏହି ରାଶିରେ ବିରାଜମାନ କରିଛନ୍ତି । ତେଣୁ ଏହି ଦୁଇ ଗ୍ରହର ଯୋଗ ହେବାକୁ ଯାଉଛି । ମୀନ ରାଶିର ବ୍ୟକ୍ତିମାନେ ବର୍ତ୍ତମାନ କାର୍ଯ୍ୟରେ ବ୍ୟସ୍ତ ରହିବେ, ଆର୍ଥିକ ଲାଭ ହୋଇପାରେ, ନୂଆ ଦାୟିତ୍ୱ ଏବଂ ପଦବୀ ମିଳିବାର ସମ୍ଭାବନା ରହିଛି । ବୈବାହିକ ଜୀବନ ଭଲ ରହିବ । କାମ ପାଇଁ ଆପଣଙ୍କୁ ବାହାରକୁ ଯାତ୍ରା କରିବାକୁ ପଡିବ ।

Get real time updates directly on you device, subscribe now.