ଭୁବନେଶ୍ୱର: ବୈଠକ ପରେ ଆନ୍ଦୋଳନରୁ ଓହରିଛନ୍ତି ରାଜ୍ୟ ଡ୍ରାଇଭର ସଂଘ । ଏ ନେଇ ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଅନ୍ଦୋଳନରୁ ଓହରିଛି ରାଜ୍ୟ ଡ୍ରାଇଭର ସଂଘ । ରାଜ୍ୟ ସରକାରଙ୍କ ନିକଟରେ ଥିବା ଦାବି ୨ଟି ପୂରଣ ହେବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ତତକ୍ଷଣାତ୍ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି କହିଛନ୍ତି ସଂଘର କୋଷାଧ୍ୟକ୍ଷ ।