ନୂଆ ଓ୍ୱକଫ ଆଇନକୁ କଟକରେ ବିରୋଧ, ଏକାଠି ହେଲେ ଶତାଧିକ ମୁସଲିମ ସମ୍ପ୍ରଦାୟ
ସଂଶୋଧିତ ବିଲର କିଛି ନିୟମକୁ ବିରୋଧ। ଆଗକୁ ଓ୍ୱକଫ ପ୍ରସଙ୍ଗରେ କୋର୍ଟକୁ ଯିବା ସମ୍ଭାବନା।
କଟକ: ପ୍ରଥମେ ପଶ୍ଚିମବଙ୍ଗ ଆଉ ଏବେ କଟକ। ସବୁଠି ଓ୍ୱକଫ ଆଇନକୁ ବିରୋଧ। ପଶ୍ଚିମବଙ୍ଗରେ ଓ୍ୱକଫ ଆଇନ ପ୍ରସଙ୍ଗରେ ଦଙ୍ଗା ଦେଖା ଦେଇଥିବା ବେଳେ, କଟକରେ ମଧ୍ୟ ଓ୍ୱକଫ ଆଇନକୁ ବିରୋଧ କରାଯାଉଛି।
ଏହି ଓ୍ୱକଫ ଆଇନକୁ ବିରୋଧ କରି ଏକାଠି ହୋଇଛନ୍ତି ଶତାଧିକ ମୁସଲିମ ସମ୍ପ୍ରଦାୟ। ସଂଶୋଧିତ ବିଲର କିଛି ନିୟମକୁ ନେଇ ବିରୋଧ କରି ଏକାଠି ହୋଇଛନ୍ତି ଶତାଧିକ ମୁସଲିମ୍ ସମ୍ପ୍ରଦାୟ।
ଆଗକୁ ଏହି ପ୍ରସଙ୍ଗ ବିରୋଧରେ କୋର୍ଟକୁ ଯିବାର ସମ୍ଭାବନା ମଧ୍ୟ ରହିଛି। କିଛି ଆଇନକୁ ସଂଶୋଧିତ କରିବାର ଦାବି ରହିଛି। ସେପଟେ ସମସ୍ୟାର ସମାଧାନ ନହେଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ମୁସଲିମ୍।
ପୂର୍ବରୁ ୩୭୦ ଧାରା, ତ୍ରିପଲ ତଲାଖ ଭଳି ଓ୍ୱକଫ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାର ମନମାନି କରୁଥିବା ଅଭିଯୋଗ କରିଛନ୍ତି। ମସଜିଦରେ ଶତାଧିକ ମୁସଲିମ ଏକାଠି ହୋଇ ଏହାର ପ୍ରତିବାଦ କରିଛନ୍ତି। ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି।