fbpx

ସୀମାକୁ ଜଗିବ ହଣ୍ଟର କିଲର, ଆଉ ହୋଇପାରିବନି ଅନୁପ୍ରବେଶ

ନୂଆଦିଲ୍ଲୀ: ଦେଶର ସୀମା ହେବ ଆହୁରି ସୁରକ୍ଷିତ । ସୀମାରେ ଚଢେଇ ପର ଝାଡିବ ହୋଇଯିବ ଅସମ୍ଭବ । ସୀମା ଜଗିବ ହଣ୍ଟର କିଲର ଡ୍ରୋନ୍ । ହଣ୍ଟର କିଲର ନାମରେ ପରିଚିତ ଏମକ୍ୟୁ-୯ବି ଡ୍ରୋନ କିଣିବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ସୁରକ୍ଷା ସହ ଜଡିତ କ୍ୟାବିନେଟ ସମିତି ସିସିଏସ ଭାରତୀୟ ସୈନ୍ୟ ଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ଏହି ମଞ୍ଜୁରୀ ପ୍ରଦାନ କରିଛି । ଏଥିରେ ଆମେରିକାରୁ ୩୧ ପ୍ରିଡେଟର ଲଙ୍ଗ ଏଣ୍ଡରୟାରେନ୍ସ ଡ୍ରୋନ କିଣିବା ଓ ପରମାଣୁ ଶକ୍ତିରେ ପରିଚାଳିତ ଦୁଇଟି ପାଣ୍ଡୁବି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ସମ୍ବନ୍ଧିତ ପ୍ରସ୍ତାବକୁ ବୁଧବାର ସବୁଜ ସଙ୍କେତ ମିଳିଯାଇଛି ।

ତଥ୍ୟ ମୁତାବକ, ଏମକ୍ୟୁ-୯ବି ହଣ୍ଟର କିଲର ଡ୍ରୋନ ବିଦେଶୀ ସୈନ୍ୟ ବିକ୍ରି ମାଧ୍ୟମରେ ଆମେରିକାର ଜେନେରାଲ ଏଣ୍ଟାମିକ୍ସରୁ ପ୍ରାୟ ୩.୧ ଅରବ ଆମେରିକୀୟ ଡଲାରରେ କିଣାଯିବ । ଏହାକୁ ନେଇ ଆଧିକାରିକ ସୂଚନା ମୁତାବକ, ପରମାଣୁ ଶକ୍ତିରେ ପରିଚାଳିତ ସ୍ୱଦେଶ ଜ୍ଞାନ କୌଶଳରେ ନିର୍ମାଣ ହେବାକୁ ଯାଉଥିବା ପାଣ୍ଡୁବି ପାଇଁ ୪୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିସିଏସ ବୈଠକରେ ଦୁଇ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ।

ଗତ ଆମେରିକା ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଏହି ଡିଲକୁ ନେଇ ଆଲୋଚନା ହୋଇଥିଲା । ସେତେବେଳେ ଏହି ସଙ୍କେତ ମିଳିଥିଲା କି, ଖୁବ ଶୀଘ୍ର ଏହି ରାଜିନାମା ଚୂଡାନ୍ତି ରୂପ ନେବ । ହଣ୍ଟର କିଲର ଡ୍ରୋନ ଦ୍ୱାରା ଏକାଧିକ ଉଦେଶ୍ୟ ପୂରଣ ହୋଇପାରିବ । ଏହା ଆକାଶରେ ବହୁତ ଉଚ୍ଚରେ ଅଦୃଶ୍ୟ ହୋଇ ଉଡିବା ସହ ସ୍ଥଳ ଭାଗ ଉପରେ ନଜର ରଖିପାରେ ଓ ଆବଶ୍ୟକ ସମୟରେ ଆକ୍ରମଣ କରିବାର କ୍ଷମତା ମଧ୍ୟ ରଖିଥାଏ । ଏହାର ଲମ୍ବା ଉଡାଣ ସହ ଅସ୍ତ୍ରଶସ୍ତ୍ରରେ ସମୃଦ୍ଧ ହେବା କରାଣରୁ ବିଭିନ୍ନ ସୈନ୍ୟ ଅଭିଯାନ ପାଇଁ ମହତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.