fbpx

ସାଥିହୋଇ ଯଦି ରହୁନାହାନ୍ତି ତେବେ ପରସ୍ପର ଠାରୁ ବିଦାୟ ନେଇ ନେବା ଭଲ: ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୋଟିଏ ବିବାହିତ ଦମ୍ପତିଙ୍କ ମାମଲାର ଶୁଣାଣି କରି କହିଛନ୍ତି ଯେ, ଯଦି ସ୍ୱାମୀ-ସ୍ତ୍ରୀ ଏକାଠି ରହି ପାରିବେ ନାହିଁ ତେବେ ସେମାନେ ଅଲଗା ହୋଇଯିବା ସବୁଠାରୁ ଭଲ । ତେବେ ଏହି ମାମଲା ଗୋଟିଏ ଦମ୍ପତିଙ୍କର, ଯିଏକି ୧୯୫୫ରେ ବିବାହ ପରେ ମାତ୍ର ୪ ରୁ୫ ଦିନ ଏକାଠି ରହିଛନ୍ତି । ସେମାନଙ୍କ ବୟସ ୫୦ ଓ ୫୫ ବର୍ଷ ହୋଇଥିବା ଜଣାପଡ଼ିଛି ।

ଜଷ୍ଟିସ୍ ଏମଆର ଶାହ ଓ ଜଷ୍ଟିସ୍ ଏଏସ୍ ବୋପାନ୍ନାତୟଙ୍କ ଖଣ୍ଡପୀଠ ହାଇକୋର୍ଟର ଛାଡପତ୍ର ଆଦେଶ ବିରୋଧରେ ଅପିଲ୍ କରିଥିବା ପତ୍ନୀଙ୍କୁ କହିଥିଲେ ଯେ, ଆପଣଙ୍କୁ ପ୍ରାକ୍ଟକାଲ୍ ବା ବ୍ୟବହାରିକ ହେବାକୁ ପଡ଼ିବ । ପୁରା ଜୀବନ ଦୁହେଁ ଦୁହିଁଙ୍କ ସହିତ ଲଢ଼ି ଲଢ଼ି ବିତେଇ ପାରିବେ ନାହିଁ । ଆପଣଙ୍କ ବୟସ ବା ପତ୍ନୀଙ୍କ ବୟସ ୫୦ ବର୍ଷ ହୋଇଥିବା ବେଳେ ଆପଣଙ୍କ ସ୍ୱାମୀଙ୍କ ବୟସ ୫୫ ବର୍ଷ । ସ୍ଥାୟୀ ରକ୍ଷଣାବେକ୍ଷଣ ଉପରେ ପାରସ୍ପରିକ ନିଷ୍ପତ୍ତି ନେବାକୁ ବେଞ୍ଚ ଏହି ଦମ୍ପତ୍ତିଙ୍କୁ କହିଥିଲେ ଏବଂ ଡିସେମ୍ବରରେ ଏହି ଆବେଦନ ଉପରେ ବିଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ମହିଳାଙ୍କ ଓକିଲ ସୁପ୍ରିମକୋର୍ଟକୁ କହିଥିଲେ ଯେ, ହାଇକୋର୍ଟ ପକ୍ଷରୁ ଛାଡ଼ପତ୍ରକୁ ମଞ୍ଜୁରୀ ଦେବା ଭୁଲ୍ ।

ଅନ୍ୟପଟେ ସ୍ୱାମୀଙ୍କ ପକ୍ଷରୁ ଳଢ଼ୁ୍ଥିବା ଓକିଲ କହିଛନ୍ତି ଯେ, ୧୯୯୫ରେ ବିବାହ ପରଠାରୁ ସେମାନଙ୍କ ଜୀବନ ବର୍ବାଦ୍ ହୋଇଯାଇଛି । ସେମାନେ କେବଳ ମାତ୍ର ୫ ରୁ ୬ ଦିନ ଏକାଠି ରହିଛନ୍ତି । ବିବାହକୁ ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ଏକାଠି ରହିପାରିନାହାନ୍ତି । ସେ କହିଛନ୍ତି ଯେ, ୧୯୯୫ ଜୁଲାଇ ୧୩ ତାରିଖରେ ବିବାହ ପରେ ତାଙ୍କୁ ଘରଜ୍ୱାଇଁ ହୋଇ ରହିବାକୁ ତାଙ୍କ ପତ୍ନୀ ବାଧ୍ୟ କହିଥିଲେ । ହେଲେ ସ୍ୱାମୀ ନ ମାନିବାରୁ ନିଜ ବାପ ଘରକୁ ଚାଲିଯାଇଥିଲେ ଓ ସେବେ ଠାରୁ ସେମାନଙ୍କ ମଧ୍ୟରେ ବିବାଦ ଜାରି ରହିଛି ।

Get real time updates directly on you device, subscribe now.