ଦେହ ଥରି ଉଠିବ, ମୋମୋରେ ନିଶା ମିଶାଇ ଦୁଷ୍କର୍ମ, ସାଙ୍ଗମାନଙ୍କ ସହ ମିଶି ଗଣବଳାତ୍କାର କଲା ସୈତାନ ସ୍ୱାମୀ

ହାତ ଗୋଡ଼ ବାନ୍ଧି ରାସ୍ତାରେ ଫିଙ୍ଗିଦେଲା।

ମଧ୍ୟପ୍ରଦେଶ: ସୈତାନ ସ୍ୱାମୀ। ସାଙ୍ଗମାନଙ୍କ ପାଖରେ ନିଜ ସ୍ତ୍ରୀର ଇଜ୍ଜତ ବିକ୍ରି କରିଦେଲା। ସ୍ତ୍ରୀକୁ ମୋମୋରେ ନିଶା ମିଶାଇ ଖାଇବାକୁ ଦେଲା। ଆଉ ପରେ ସାଙ୍ଗ ମାନଙ୍କ ସହ ମିଶି ସ୍ତ୍ରୀକୁ ଗଣଦୁଷ୍କର୍ମ କଲା ରାକ୍ଷସ ସ୍ୱାମୀ।

କେବଳ ସେତିକି ନୁହେଁ ସ୍ୱାମୀ ଓ ତାଙ୍କ ସାଙ୍ଗମାନେ ମହିଳାଙ୍କୁ ଗଣ ବଳାତ୍କାର କରିବା ପରେ ହାତ ଗୋଡ଼ ବାନ୍ଧି ରାସ୍ତା କଡ଼ରେ ଚେତାଶୂନ୍ୟ ଅବସ୍ଥାରେ ମରିବା ପାଇଁ ଫୋପାଡି ଦେଇ ଆସିଥିଲେ।

ମୋମୋରେ ନିଶା ଦେଇ ସ୍ତ୍ରୀକୁ ଦୁଷ୍କର୍ମ: ହଁ ଆଜ୍ଞା ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ମଧ୍ୟପ୍ରଦେଶର ଛତରପୁରରେ। ଯେଉଁଠାରେ ଜଣେ ସ୍ୱାମୀ ମୋମୋରେ ନିଶା ମିଶାଇ ତାଙ୍କ ସ୍ତ୍ରୀଙ୍କୁ ଖାଇବାକୁ ଦେଇଥିଲେ।

ଆଉ ସ୍ତ୍ରୀ ଜଣକ ସେହି ମୋମୋକୁ ଖାଇ ବେହୋସ ହୋଇଯାଇଥିଲେ। ପରେ ସ୍ୱାମୀ ଜଣକ ତାଙ୍କ ସ୍ତ୍ରୀକୁ ଦୁଷ୍କର୍ମ କରିଥିଲେ। ଏତିକିରେ ସରିନଥିଲା ମହିଳାଙ୍କ ଦୁର୍ଦ୍ଦଶା। ପରେ ସ୍ୱାମୀ ଜଣକ ତାଙ୍କ ସାଙ୍ଗ ମାନଙ୍କୁ ଡ଼ାକି ସ୍ତ୍ରୀକୁ ଗଣଦୁଷ୍କର୍ମ କରାଇଥିଲେ। ପରେ ମହିଳାଙ୍କ ହାତ ଗୋଡ଼ ବାନ୍ଧି ରାସ୍ତା କଡ଼ରେ ଫୋପାଡି ଦେଇଥିଲେ।

ମହିଳାଙ୍କ ଅଭିଯୋଗ: ଛତରପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଉକ୍ତ ମହିଳା ତାଙ୍କ ସ୍ୱାମୀ ଏବଂ ସ୍ୱାମୀଙ୍କ ତାଙ୍କ ବନ୍ଧୁମାନଙ୍କ ଦ୍ୱାରା ତାଙ୍କୁ ଚେତାଶୂନ୍ୟ କରିବା ପରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ କରିଛନ୍ତି।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ମୋମୋରେ ନିଶା ଔଷଧ ମିଶାଇ ତାଙ୍କୁ ଖୁଆଇଥିଲେ। ମୋମୋ ଖାଇବା ପରେ ସେ ବେହୋସ୍ ହୋଇ ପଡ଼ିଥିଲେ।

ଯାହା ପରେ ତାଙ୍କ ସ୍ୱାମୀ ତାଙ୍କୁ ଅଚେତ ଅବସ୍ଥାରେ କେବଳ ବଳାତ୍କାର କରିନଥିଲେ ବରଂ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ହସ୍ତାନ୍ତର କରିଥିଲେ। ତାଙ୍କର ଦୁଇ ବନ୍ଧୁ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ।

କେବଳ ସେତିକି ନୁହେଁ ଗଣବଳାତ୍କାର ପରେ ସେମାନେ ତାଙ୍କ ହାତ ଗୋଡ ବାନ୍ଧି ରାସ୍ତା କଡ଼ରେ ଯନ୍ତ୍ରଣାରେ ମରିବା ପାଇଁ ଛାଡି ଦେଇଥିଲେ।

ରାସ୍ତା କଡ଼ରେ ପଡିଥିଲେ ମହିଳା: ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ସ୍ୱାମୀ ଏବଂ ତାଙ୍କ ବନ୍ଧୁମାନଙ୍କ ଉପରେ ବଳାତ୍କାରର ଅଭିଯୋଗ ଆଣିଥିବା ମହିଳା ସେପ୍ଟେମ୍ବର ୯ ତାରିଖରେ ଛତରପୁର-ସାଗର ରାଜପଥରେ ଅଚେତ ଅବସ୍ଥାରେ ମିଳିଥିଲେ।

ତାଙ୍କ ହାତ ଏବଂ ଗୋଡ ରଶିରେ ବନ୍ଧା ହୋଇଥିଲା। ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଚିକିତ୍ସା କରାଯାଉଥିଲା। ଚେତା ଫେରିବା ପରେ ମହିଳା ଯାହା କହିଥିଲେ ତାହା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ବର୍ତ୍ତମାନ ମହିଳାଙ୍କ ଅଭିଯୋଗକୁ ଆଧାର କରି ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ଦୁଇ ବନ୍ଧୁଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଛି। ସମସ୍ତଙ୍କୁ ପୋଲିସ ପଚରା ଉଚରା କରୁଛି।

ପୂର୍ବରୁ ୩ ଥର ବଳାତ୍କାର ହୋଇଛି: ଛତରପୁର ସିଭିଲ୍ ଲାଇନ ପୋଲିସ ଷ୍ଟେସନ୍ ଏହି ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସର କହିବା ଅନୁଯାୟୀ, ମହିଳାଙ୍କୁ ପୂର୍ବରୁ ୩ ଥର ଗଣବଳାତ୍କାର କରାଯାଇଛି।

ସେ ପୂର୍ବରୁ ଗଣବଳାତ୍କାର ମାମଲା ରୁଜୁ କରିଛନ୍ତି କିନ୍ତୁ ବୟାନ ନ ଦେବାରୁ ଅଭିଯୁକ୍ତମାନଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ହେଲେ ଏବେକା ମାମଲାରେ ମହିଳା ଜଣକ ଏକ ବୟାନ ଦେଇଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ବଜାରକୁ ନେଇ ମୋମୋ ଖୁଆଇଥିଲେ, ଯେଉଁଥିରେ ନିଶା ମିଶାଯାଇଥିଲା।

ଖାଇବା ପରେ ସେ ଚେତାଶୂନ୍ୟ ହୋଇଗଲେ, ଯାହା ପରେ ତାଙ୍କ ସ୍ୱାମୀ ଏବଂ ବନ୍ଧୁମାନେ ତାଙ୍କୁ ବଳାତ୍କାର କରିଥିଲେ ଏବଂ ପରେ ତାଙ୍କ ହାତ ଗୋଡ ବାନ୍ଧି ରାଜପଥରେ ଫିଙ୍ଗି ଦେଇଥିଲେ।