fbpx

ସ୍ତ୍ରୀ ସାମ୍ନାରେ ମହିଳାଙ୍କ ସହ ଦୁଷ୍କର୍ମ କଲେ ସ୍ୱାମୀ, ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲେ, ୭ ଜଣଙ୍କୁ ଗିରଫ କଲା ପୋଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସହ ଦୁଷ୍କର୍ମ ଏବଂ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଇବା ପାଇଁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହା ସହ ତାଙ୍କ ଅନ୍ତରଙ୍ଗ ଫଟୋ ମାଧ୍ୟମରେ ବ୍ଲାକମେଲ କରିବା ପାଇଁ ଧମକ ଦେଇଥିବା ନେଇ ପୋଲିସ ସାମ୍ନାରେ ପ୍ରକାଶ କରିଛନ୍ତି ପୀଡ଼ିତା । ଏନେଇ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

ସୂଚନାରୁ ପ୍ରକାଶ ୨୦୨୩ ମସିହାରେ ବେଲଗାଓଁ ଅଞ୍ଚଳର ରଫିଫ୍‌(ଅଭିଯୁକ୍ତ) ଏବଂ ତାଙ୍କ ପତ୍ନୀ ଜଣେ ୨୮ ବର୍ଷୀୟ ବିବାହିତ ମହିଳା(ପୀଡ଼ିତା)ଙ୍କୁ କୌଣସି ପ୍ରକାର ବ୍ଲାକମେଲ କରି ନିଜ ଘରେ ରହିବା ପାଇଁ ବାଧ୍ୟ କରିଥିଲେ । ସେହି ବର୍ଷ ରଫିଫ୍ ଉକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଅପରପକ୍ଷରେ ପୀଡ଼ିତା ନିଜ ବୟାନରେ କହିଛନ୍ତି ଯେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଅଭିଯୁକ୍ତଙ୍କ ସହ ରହିବା ପାଇଁ ତାଙ୍କୁ କୁହାଯାଇଥିଲା । ଏପରି ନକଲେ ତାଙ୍କର ଅନ୍ତରଙ୍ଗ ଫଟୋ ଲିକ୍ କରିବା ନେଇ ଧମକ ମଧ୍ୟ ଦିଆଯାଇଥିଲା । ବୁର୍ଖା ପିନ୍ଧିବା ଏବଂ ମଥାରେ କୁମକୁମ୍ ନ ଲଗାଇବା ସହ ଦିନକୁ ୫ ଥର ନମାଜ ପାଠ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା । ପୀଡ଼ିତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିରୋଧରେ ଜାତିକୁ ନେଇ ଅପଶବ୍ଧ ମଧ୍ୟ ବ୍ୟବହାର କରାଯାଇଥିଲା । ଉକ୍ତ ପୀଡ଼ିତାଙ୍କ ଦ୍ୱାରା ସୌନ୍ଦତ୍ତି ଥାନାରେ ଦିଆଯାଇଥିବା FIRକୁ ଆଧାର କରି ପୋଲିସ Karnataka Protection of Rights to Freedom of religion Act, IT ଆକ୍ଟ, ଏସସି/ଏସଟି ଆକ୍ଟ ଏବଂ IPCର ବିଭିନ୍ନ ଧାରା ଅନୁଯାୟୀ ୭ ଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.