fbpx

ଭାରତରେ Appleର ବଡ଼ ପ୍ଲାନ୍‌, ୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ କମ୍ପାନୀ

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦୁନିଆର ବିଶିଷ୍ଟ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Apple ଭାରତକୁ ନେଇ ବଡ଼ ଯୋଜନାର ପ୍ରସ୍ତୁତି କରୁଛି । ଆଗାମୀ ୩ ବର୍ଷ ମଧ୍ୟରେ ଏହି IPhone ନିର୍ମାତା କମ୍ପାନୀ ୫ ଲକ୍ଷ ଟଙ୍କାର ନିଯୁକ୍ତି ସୃଷ୍ଟି କରିବ । Apple ବିକ୍ରେତା(Vendors)ଙ୍କ ମାଧ୍ୟମରେ ଏହି ନିଯୁକ୍ତି ପ୍ରଦାନ କରାଯିବ । ବର୍ତ୍ତମାନ Appleର ବିକ୍ରେତା ଏବଂ ଯୋଗାଣକାରୀମାନେ (Suppliers) ଭାରତରେ ୧.୫ ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇ ଦେଇଛନ୍ତି ।

ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ ଦେଇଥିବା ସୂଚନାନୁଯାୟୀ ଦେଶରେ Appleର ନିଯୁକ୍ତି ପ୍ରକ୍ରିୟାରେ ଯେପରି କ୍ରମାଗତ ଭାବେ ବୃଦ୍ଧି ଦେଖିବାକୁ ମିଳିଛି ଆଗାମୀ ୩ ବର୍ଷ ମଧ୍ୟରେ କମ୍ପାନୀ ୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ ବୋଲି ଆମର ବିଶ୍ୱାସ । କମ୍ପାନୀ ପାଇଁ ଦୁଇଟି ପ୍ଲାଣ୍ଟ ଚଲାଉଥିବା ଟାଟା ଇଲେକ୍ଟ୍ରୋନିକ୍ସ ବର୍ତ୍ତମାନ ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଛି । ତେବେ Apple ଚାକିରିର ଆକଳନକୁ ନେଇ କିଛି ବି କହିବାକୁ ମନା କରିଦେଇଛି । ଆଗାମୀ ୫ ବର୍ଷ ମଧ୍ୟରେ କମ୍ପାନୀ ଭାରତରେ ନିଜ ଉତ୍ପାଦନ ମୂଲ୍ୟ ପ୍ରାୟ ୪୦ ଆରବ ଡଲାର(୩.୩୨ ଲକ୍ଷ କୋଟି ଟଙ୍କା) ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚାହୁଁଛି । ମାର୍କେଟ ରିସର୍ଚ୍ଚ ଫାର୍ମ Counterpointର କହିବାନୁଯାୟୀ ୨୦୨୩ରେ ଭାରତରେ ଆପଲ କମ୍ପାନୀର ରାଜସ୍ୱ ସର୍ବାଧିକ ଥିଲା । ଓଚଷକ୍ଟଦ୍ଭର ରପ୍ତାନୀ ମାମଲାରେ କମ୍ପାନୀକୁ ୨୦୨୩-୨୪ ବର୍ଷରେ ୧୨.୧ ଆରବ ଡଲାର ପ୍ରାପ୍ତ ହୋଇଥିଲା । ୨୦୨୨-୨୩ରେ ଏହା ୬.୨୭ ଆରବ ଡଲାର ରହିଥିଲା ।

 

Get real time updates directly on you device, subscribe now.