fbpx

‘Solar Mission’କୁ ନେଇ ଖୁସି ଖବର, ବଢିବ ଭାରତର ଦବଦବା! ଏମିତି କହିଲେ ଇସ୍ରୋର ମୁଖ୍ୟ

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଇସ୍ରୋ ପଠାଇଚି ସୋଲାର ମିଶନ୍ । ତେବେ ଏହାକୁ ନେଇ ଏବେ ଏକ ବଡ଼ ଅପଡେଟ ଦେଇଛି ଇସ୍ରୋ । ସଂସ୍ଥାର ପ୍ରମୁଖ ଏସ.ସୋମନାଥ ଭାରତର ସୋଲାର ମିଶନକୁ ନେଇ ଆଉ ଏକ ଖୁସି ଖବର ଦେଇଛନ୍ତି ଏସ.ସୋମନାଥ । ଭାରତର ଏହି ସୌର ମିଶନ୍ ଲଗାତାର ଡାଟା ପଠଇବାରେ ସଫଳ ହୋଇଛି । କୋଲକାତାରେ ସୋମନାଥ କହିଛନ୍ତି ଯେ, ମହାକାଶଯାନର ଅନେକ ଯନ୍ତ୍ର ଅନେକ ଦିଗରେ ତଥ୍ୟ ଯୋଗାଇବା ପାଇଁ ନିରନ୍ତର କାର୍ୟ୍ୟ କରୁଛି।
ଭାରତର ସୋଲାର ମିଶନ (ଆଦିତ୍ୟ ଏଲ-୧)ବିଷୟରେ ଇସ୍ରୋ ମୁଖ୍ୟ ଏସ.ସୋମନାଥ କହିଛନ୍ତି ଯେ, ‘ଆମେ ସୂର୍ଯ୍ୟଙ୍କୁ ନିରନ୍ତର ନଜର ରଖିଛୁ, ଯେଉଁଥିରେ ଅତି-ବାଇଗଣି ଚୁମ୍ବକୀୟ ଚାର୍ଜ ଗଣନା, କରୋନା ଗ୍ରାଫ ପର୍ୟ୍ୟବେକ୍ଷଣ, ଏକ୍ସ-ରେ ପର୍ୟ୍ୟବେକ୍ଷଣ ଏବଂ ଅନ୍ୟାନ୍ୟ ଜିନିଷ ସାମିଲ ରହିଛି।’ ତେବେ ଏହି ଉପଗ୍ରହକୁ ୫ ବର୍ଷ ପାଇଁ ରଖିବାକୁ ଇସ୍ରୋ ନିଷ୍ପତ୍ତି ନେଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ । ତେବେ ଏଥିରୁ ମିଳିଥିବା ଗଣନାକୁ ଏକ ଦୀର୍ଘକାଳୀନ ମାପ ଭାବରେ ବିଶ୍ଳେଷଣ କରାଯିବ । ଏହା ବିଭିନ୍ନ ସମୟରେ ପରିବର୍ତ୍ତନ ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି । ତେବେ ବର୍ତ୍ତମାନ ସମସ୍ତ ଗଣନା କରାଯିବ କିନ୍ତୁ ଫଳାଫଳ ପରେ ଜଣା ପଡିବ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଏହାପରେ ସୋମନାଥଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଏହା କ’ଣ ସୂର୍ଯ୍ୟଗ୍ରହଣ ଉପରେ ପ୍ରକ।। ପକାଇ ପାରିବ? ଏହାର ଉତ୍ତରରେ ଇସ୍ରୋ ମୁଖ୍ୟ କହିଛନ୍ତି ଯେ, ଚନ୍ଦ୍ର ଗ୍ରହଣ ଦ୍ୱାରା ସୂର୍ୟ୍ୟ ଅବରୋଧ ହେଲେ ଏକ ଚନ୍ଦ୍ରଗ୍ରହଣ ହୁଏ । ଚନ୍ଦ୍ରଗ୍ରହଣ ପୂର୍ବରୁ ଏବଂ ପରେ ସୂର୍ୟ୍ୟଙ୍କ ବିଷୟରେ ଆମର ମିଶନ୍ ତଥ୍ୟ ସଂଗ୍ରହ କରୁଛି । ଅନ୍ୟ ମହାକାଶ ଏଜେନ୍ସିମାନଙ୍କ ସହ ସହଯୋଗ ବିଷୟରେ ସେ କହିଛନ୍ତି ଯେ ଇସ୍ରୋ ଏକ ମିଳିତ ଉପଗ୍ରହ ‘ନିଶାର’ (ନାସା- ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର) ପ୍ରସ୍ତୁତ କରିବାକୁ ଯାଉଛି ।

Get real time updates directly on you device, subscribe now.