fbpx
BJD SKY
BJD SKY

ଝଗଡ଼ା କରି ସ୍ତ୍ରୀ ବାପଘରକୁ ପଳାଇବାରୁ ଦ୍ୱିତୀୟ ବିବାହ କଲା ସ୍ୱାମୀ: ଆମ୍ନାସାମ୍ନା ହେବାରୁ ଏପରି ଆରମ୍ଭ ହେଲା ତାଣ୍ଡବ

BJD

ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ନନେଇ ଦ୍ୱିତୀୟ ବିବାହ କରିବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା । ରାଜସ୍ଥାନର ଧୌଲପୁର ଜିଲ୍ଲାରେ କୌତୱାଲୀ ଥାନାର କେରୀ ଅଞ୍ଚଳରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ୱାମୀଙ୍କ ଦ୍ୱିତୀୟ ବାହାଘରକୁ ନେଇ ପ୍ରଥମ ପତ୍ନୀ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି । ବିବାହିତା ମହିଳା ନିଜର ସମ୍ପର୍କୀୟଙ୍କୁ ସାଙ୍ଗରେ ଧରି ସ୍ୱାମୀଙ୍କ ଘରେ ପହଞ୍ଚିବାରୁ ଶଶୂରଘର ଲୋକେ ତାଙ୍କ ସହ ମାରପିଟ୍ ଆରମ୍ଭ କରିଥିଲେ ଓ ତାଙ୍କ ପିତାଙ୍କୁ ଏକ ରୁମରେ ପୁରାଇ ବନ୍ଦ କରିଥିଲେ ।

ମହିଳାଙ୍କ ଏପରି ତାଣ୍ଡବ ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା । ମାମଲାକୁ ନେଇ ଲୋକମାନେ ପୋଲିସକୁ ଖବର ଦେଇଥିଲେ । କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ଘରୁ ଫେରାର ମାରିଥିଲା ସ୍ୱାମୀ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ମହିଳାଙ୍କୁ ବୁଝାଇଶୁଝାଇ ଶାନ୍ତ କରିଥିଲା ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ଦତ୍ତପୁରରେ ରହୁଥିବା ଅନୁରାଧା ମୌର୍ଯ୍ୟଙ୍କ ବାହାଘର ୨୦୧୦ ମସିହାରେ କୋତୱାଲାର ବାସିନ୍ଦା ବିରେନ୍ଦ୍ର ସିଂହଙ୍କ ସହ ସମ୍ପନ୍ନ ହୋଇଥିଲା । ଅନୁରାଧାଙ୍କ ସ୍ୱାମୀ ବିରେନ୍ଦ୍ର ସରକାରୀ ଅଧ୍ୟାପକ ଥିଲେ । ଅନୁରାଧା ଓ ବିରେନ୍ଦ୍ରଙ୍କର ୯ ବର୍ଷର ପୁଅ ଓ ୬ ବର୍ଷର ଝିଅ ଥିବା ବେଳେ ୨୦୧୬ ମସିହାରୁ ଅନୁରାଧା ନିଜ ବାପଘରେ ପିଲାଙ୍କ ସହ ରହୁଥିଲେ । କାରଣ ଅନୁରାଧାଙ୍କ ସ୍ୱାମୀ ବିରେନ୍ଦ୍ର ପୂଜା ନାମକ ଅନ୍ୟ ଜଣେ ଯୁବତୀଙ୍କ ସମ୍ପର୍କ ରଖୁଥିଲେ । ପ୍ରାୟ ୩ ମାସ ପରେ ବିରେନ୍ଦ୍ର ପୂଜାଙ୍କୁ ବିବାହ ହୋଇ ଘରକୁ ଆଣିଥିଲେ ।

ବାହାଘରକୁ ନେଇ ଖବର ମିଳିବା ମାତ୍ରେ ଅନୁରାଧା ନିଜ ସମ୍ପର୍କୀୟମାନଙ୍କୁ ଧରି ଶଶୂର ଘରେ ପହଞ୍ଚିଥିଲେ ଓ ହଙ୍ଗାମା ଆରମ୍ଭ କରିଥିଲେ । ଏହା ସହ ଅନୁରାଧା ମାମଲା ରୁଜୁ କରିଥିବା ବେଳେ ସ୍ୱାମୀ ବିରେନ୍ଦ୍ର ଏବେ ବି ଫେରାର୍ ଅଛି । ପୋଲିସ ଏନେଇ ଖୋଳତାଡ ଜାରି ରଖିଛି ।

Get real time updates directly on you device, subscribe now.