fbpx

ଭବିଷ୍ୟବାଣୀ: ୨୦୩୦ରେ କକ୍ଷପଥରୁ ଘୁଞ୍ଚିବ ଚନ୍ଦ୍ର, ପୃଥିବୀରେ ଆସିବ ବିନାଶକାରୀ ବନ୍ୟା

ଓଡ଼ିଶା ଭାସ୍କର ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀରେ ପାଗ ଦ୍ରୁତ ଗତିରେ ବଦଳିବାରେ ଲାଗିଛି । ଏହି କାରଣରୁ ଗ୍ଲାସିୟର୍ ତରଳୁଛି ଏବଂ ଅନେକ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥି ସହିତ, ବର୍ତ୍ତମାନ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏକ ଅଧ୍ୟୟନରେ ଦାବି କରିଛି ଯେ ଚନ୍ଦ୍ର ମଧ୍ୟ ପାଗ ପରିବର୍ତ୍ତନର କାରଣ ହୋଇପାରେ। ନାସା ଏହାର ରିପୋର୍ଟରେ କହିଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ୨୦୩୦ ମସିହାରେ ସମୁଦ୍ରର ଜଳସ୍ତର ବୃଦ୍ଧି ସହିତ ଚନ୍ଦ୍ର ଏହାର କକ୍ଷପଥରୁ ଆଶିଂକ ଭାବେ ଘୁଞ୍ଚିବ, ଯାହା ପୃଥିବୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିବ।

ନାସାର ଏହି ଅଧ୍ୟୟନ ଜଳବାୟୁ ପରିବର୍ତ୍ତନ ଉପରେ ଆଧାରିକ ପତ୍ରିକା ନେଚର୍ ରେ ଜୁନ୍ ୨୧ ତାରିଖରେ ପ୍ରକାଶ ପାଇଥିଲା । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଚନ୍ଦ୍ରର ହଲଚଲ କାରଣରୁ ପୃଥିବୀ ରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଯାହାକୁ ବନ୍ୟା ଉପଦ୍ରବ କୁହାଯାଇଛି । ତେବେ ଏହିଭଳି ବନ୍ୟା ତଟବର୍ତ୍ତୀ ଅଞ୍ଚଳରେ ଆସିଥାଏ, ଯେତେବେଳେ ସମୁଦ୍ର ଲହରୀ ସାଧାରଣ ଠାରୁ ୨ ଫୁଟ୍ ଉଚ୍ଚକୁ ଉଠିଆସିଥାଏ । ଯଦ୍ୱାରା ଘର ଏବଂ ରାସ୍ତାଘାଟ ଜଳମଗ୍ନ ହୋଇଯାଏ ।
ନାସାର ଅଧ୍ୟୟନରେ କୁହାଯାଇଛି ଯେ, ୨୦୩୦ ମସିହାର ମଧ୍ୟ ବେଳକୁ ଏହି ବନ୍ୟା ଉପଦ୍ରବ ଲଗାତର ଜାରି ରହିବ । ଯାହା ଅନେକ କ୍ଷୟକ୍ଷତି ଘଟାଇବ । ପାଣିପାଗରେ ଅଚାନକ ଅନିୟମିତତା ଦେଖାଦେବ । ଆମେରିକାର ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ସାମାନ୍ୟଠାରୁ ୩ରୁ ୪ଫୁଟ ଉଚ୍ଚକୁ ଉଠିଯିବ । ଆଉ ଏହା ୧ ଦଶକ ପର୍ଯ୍ୟନ୍ତ ଜାରି ରହିବ । ପୂରା ବର୍ଷରେ ଏହି ବନ୍ୟା ଉପଦ୍ରବ ନିୟମିତ ଭାବରେ ଜାରି ରହିବା କାରଣରୁ ଅନେକ ଶୋଚନୀୟ ପରିସ୍ଥିତି ସୃଷ୍ଟି ହେବ ।

ବର୍ତ୍ତମାନ ସମୟରେ ମଧ୍ୟ ବର୍ଷରେ ଆସୁଥିବା ଅନେକ ପ୍ରକାରର ବାତ୍ୟା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଯାହା ଦ୍ୱାରା ତଟବର୍ତ୍ତୀ ଅଞ୍ଚଳର ଲୋକ ମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମୁଦ୍ରରେ ଜଳସ୍ତର ବଢ଼ୁଥିବାରୁ ପ୍ରତିବର୍ଷ ଲୋକମାନଙ୍କ ଘରେ ପାଣି ପଶିବା ଫଳରେ ନାନା ହଇରାଣ ହେଉଛନ୍ତି । ଆଉ ଏହି ନୁତନ ଅଧ୍ୟୟନରୁ ଦେଖିବାକୁ ମିଳିଛି ଯେ, ଚନ୍ଦ୍ରର ହଲଚଲ କାରଣରୁ ଆଗାମୀ ଭବିଷ୍ୟତରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିବ । ଏହାଦ୍ୱାରା କୋଟି କୋଟି ଲୋକ ପ୍ରଭାବିତ ହେବେ ।

ଜାଗା ପରିବର୍ତ୍ତନ କରିବ ଚନ୍ଦ୍ର!

ହାୱାଇ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ତଥା ଅଧ୍ୟୟନର ମୁଖ୍ୟ ଲେଖକ ଫିଲ୍ ଥମ୍ପସନ୍ କହିଛନ୍ତି ଯେ ପୃଥିବୀରେ ଚନ୍ଦ୍ରର ପ୍ରଭାବ ଯୋଗୁଁ ହେବାକୁ ଥିବା ବନ୍ୟା ବିଷୟରେ କହିଛନ୍ତି ଯେ, ଯେତେବେଳେ ଚନ୍ଦ୍ର ନିଜ କକ୍ଷପଥରେ ଘୁଞ୍ଚିବ, ଏହା ପୂରଣ ହେବାକୁ ୧୮.୬ ବର୍ଷ ଲାଗିବ । କିନ୍ତୁ ଏହା ପୃଥିବୀରେ ଉତ୍ତାପ ବୃଦ୍ଧି ଏବଂ ସମୁଦ୍ର ପତ୍ତନ ବୃଦ୍ଧି କାରଣରୁ ଏହା ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ।

Get real time updates directly on you device, subscribe now.