Breaking: ସ୍ୱାମୀ-ସ୍ତ୍ରୀ କଳିରେ ଘରେ ପଡ଼ିଲା ବୋମା, ଆଉ ସେହି ବୋମାରେ ସ୍ତ୍ରୀ…
ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାରେ ରାଗିଗଲା ସ୍ୱାମୀ। ଆଉ ଘରେ ବୋମା ପକାଇଦେଲା। ଫଳରେ ସ୍ତ୍ରୀ ଜଣକ...
ଦିଗପହଣ୍ଡି: ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା। ରାଗି ଯାଇ ଘରେ ବୋମା ଫୁଟାଇ ଦେଲା ସ୍ୱାମୀ। ଫଳରେ ଭଡ଼ା ଘରର ଛପର ଉଡ଼ିଯିବା ସହ, ପଡ଼ୋଶୀ ଘରର କାନ୍ଥ ଭାଙ୍ଗି ଯାଇଥିବା ସୂଚନା ମିଳିଛି।
ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡ଼ା ଗାଁରେ। ଉକ୍ତ ଗାଁରେ ଏକ ଭଡ଼ା ଘରେ ରହୁଥିଲେ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ। ହେଲେ କିଛି ଦିନ ହେବ ଦୁହିଁଙ୍କ ଭିତରେ ଝଗଡ଼ା ଲାଗିରହୁଥିଲା।
ହେଲେ ଆଜି ସେହି ଘର କଳି ଘର ଜାଳି ଦେଇଛି। ଅର୍ଥାତ୍, ସ୍ୱାମୀ-ସ୍ତ୍ରୀଙ୍କ କଳି ପାଇଁ ଘରେ ବୋମା ଫୁଟିଛି। ଆଉ ଘରେ ବୋମା ଫୁଟାଇଛି ନିଜେ ସ୍ୱାମୀ। ହଁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କଳି ଲାଗିବାରୁ ଘରେ ବୋମା ପକାଇଦେଇଛି ସ୍ୱାମୀ।
ହେଲେ ଭାଗ୍ୟ ଭଲ ବୋମା ପକାଇବା ବେଳେ ଘରେ ସ୍ତ୍ରୀ ଜଣଙ୍କ ନଥିଲେ। ଫଳରେ ତାଙ୍କର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। କିନ୍ତୁ ଭଡ଼ା ଘରର ଛପର ଉଡିଯାଇଛି। ଏବଂ ପଡୋଶୀ ଘରର କାନ୍ଥ ଭାଙ୍ଗି ଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ କୁଶପଡ଼ା ଗାଁରେ ପହଞ୍ଚିଛି ଦିଗପହଣ୍ଡି ଥାନା ପୋଲିସ। ଏବଂ ଅଭିଯୁକ୍ତ ସ୍ୱାମୀ ଯିଏକି ଘରେ ବୋମା ପକାଇଥିଲା ତାକୁ ଉଠାଇ ନେଇଛି।