fbpx

ପତ୍ନୀ ସହ ଶାରୀରିକ ସମ୍ବନ୍ଧ ରଖିବା ବେଳେ ଦାନ୍ତରେ ଖଣ୍ଡିଆ କରିଦେଉଥିଲା ସ୍ୱାମୀ, କୋର୍ଟ କହିଲେ- ଅଭିଯୁକ୍ତର ବତିସି…

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା କୋର୍ଟ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଶୁଣାଇଛନ୍ତି । ଜଣେ ୬୭ ବର୍ଷିୟ ବ୍ୟକ୍ତି ନିଜଠାରୁ ୨୭ ବର୍ଷୀୟ ସାନ ପତ୍ନୀ ସହିତ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଦାନ୍ତରେ ଖଣ୍ଡସିଆ କରିଦେଉଥିଲା । ଏନେଇ ପତ୍ନୀ ଡିସେମ୍ବର ମାସରେ ସ୍ୱାମୀ ବିରୋଧରେ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖୁଥିବା ନେଇ ଅଭିଯୋଗ କରିଥିଲେ । ଏହାର ସମାଧାନ କରିବାକୁ ଯାଇ ସ୍ୱାମୀକୁ ଉଚିତ୍ ଶିକ୍ଷା ଦେବାକୁ ଯାଇ କୋର୍ଟ କହିଥିଲେ ଯେ, ତାର ବତିସି ବାହାର କରାଯାଉ ।

ମହିଳାଙ୍କ ଅଭିଯୋଗ ଅନୁସାରେ, ଯୌନ ସମ୍ବନ୍ଧ ରଖିବା ସମୟରେ ସ୍ୱାମୀ ତାଙ୍କୁ କାମୁଡ଼ି ଦେଉଥିଲେ । ଏହାର କିଛି ଫଟୋ ମଧ୍ୟ ସେ କୋର୍ଟ ଆଗରେ ରଖିଛନ୍ତି । ମହିଳାଙ୍କ ଗୁପ୍ତାଙ୍ଗରେ ନକଲି ଦାନ୍ତରେ ଖଣ୍ଡିଆ କରୁଥିବା ଅଭିଯୋଗ ହୋଇଛି । ତେବେ କୋର୍ଟ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାକୁ ଆଦେଶ ଜାରି କରିଛନ୍ତି । ଏଥିସହିତ ପୋଲିସ୍ କୁ ତାର ନକଲି ଦାନ୍ତ କାଢ଼ି ନେବାକୁ ମଧ୍ୟ କହିଛନ୍ତି ।

ପୀଡ଼ିତା କହିଛନ୍ତି ଯେ, ଅଭିଯୁକ୍ତର ପ୍ରଥମ ପତ୍ନୀ କୋଭିଡ୍ ସମୟରେ ମୃତ୍ୟୁବରଣ କରିଥିଲେ । ଆଉ ସେ ନିଜେ ମଧ୍ୟ ପ୍ରଥମ ସ୍ୱାମୀଙ୍କ ଠାରୁ ଅନେକ ସମୟରୁ ଅଲଗା ରହିଆସୁଥିଲେ । ଏହାପରେ ସମ୍ପର୍କିୟ ମାନଙ୍କ ଜରିଆରେ ଅଭିଯୁକ୍ତ ସ୍ୱାମୀଙ୍କ ସହିତ ତାଙ୍କର ବିବାହ ଅକ୍ଟୋବର ମାସ ୨୦୨୧ ରେ ହୋଇଥିଲା । ବିବାହର ପ୍ରଥମ ରାତିରେ ହିଁ ଅଭିଯୁକ୍ତ ଜଣକ ଏପରି ବ୍ୟବହାର କରିଥିଲେ । ବାରମ୍ବାର ଏପରି କରିବାକୁ ମହିଳା ଜଣକ ଡିସେମ୍ବର ମାସରେ ପୋଲିସ୍ ପାଖରେ ଏଫଆଇଆର୍ ଦେଇଥିଲେ ।

Get real time updates directly on you device, subscribe now.