fbpx
BSKY
BJD SHG SKY
BJD MC SKY

ବଡ଼ଧରଣର ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ପୁଅ ମୃତ, ଝିଅ ଗୁରୁତର ଆହତ

ନୂଆଦିଲ୍ଲୀ: ଶନିବାର ଦିନ ଆଗ୍ରାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ଏକ ପାଞ୍ଚ ବର୍ଷର ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଦୁର୍ଘଟଣାରେ ଜଣେ ନଅ ବର୍ଷର ବାଳିକା ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଗ୍ରା-ଆଲିଗଡ ଜାତୀୟ ରାଜପଥରେ ଥିବା ବାରସାଇ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଅଧିକାରୀ କହିଛନ୍ତି ଯେ, ଆଲିଗଡର କିଶାନପୁର ହୋଲି ଚକ୍ ରାମଘାଟ ରାସ୍ତାର ବାସିନ୍ଦା ଗୋପୀ ଚାନ୍ଦ, ୩୦, ତାଙ୍କ ପତ୍ନୀ ମମତା, ୨୮ ଏବଂ ତାଙ୍କ ପୁଅ ରାଜ କୁମାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ଝିଅ ସନ୍ଧ୍ୟା ଆହତ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ପରିବାର ଲୋକ ହାଥ୍ରାସରୁ ଆଲିଗଡକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ପୋଲିସ କହିଛି। ଯେଉଁଠାରେ ଏକ ଦ୍ରୁତଗାମୀ ମିନି ଟ୍ରକ୍ ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ତାଙ୍କ ବାଇକ୍ ଭାରସାମ୍ୟ ହରାଇଥିଲା।

Get real time updates directly on you device, subscribe now.