fbpx

(video)ମହାକାଶରୁ ସୂର୍ଯ୍ୟପରାଗର ସୁନ୍ଦର ଦୃଶ୍ୟ ଜାରି କଲା ନାସା, ଆଗରୁ ଆପଣ କେବେ ବି ଦେଖି ନ ଥିବେ

ନୂଆଦିଲ୍ଲୀ: ଆମେ ସମସ୍ତେ ତ ସୂର୍ଯ୍ୟପରାଗ ଦେଖିଛୁ । ଗତକାଲି ଏହି ମହାଜାଗତିକ ଘଟଣା ଘଟିଛି । ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକାରେ ଲକ୍ଷ ଲକ୍ଷ ଲୋକ ଏହି ସୂର୍ଯ୍ୟଗ୍ରହଣକୁ ଦେଖିଛନ୍ତି । ଏହି ସୂର୍ଯ୍ୟଗ୍ରହଣ ରାତିରେ ଲାଗିଥିବାରୁ ଏହା ଭାରତର ଲୋକମାନଙ୍କୁ ନଜର ଆସିନାହିଁ । ପୃଥିବୀ ପୃଷ୍ଠରୁ ଏହି ସୂର୍ଯ୍ୟପରାଗକୁ ଆମେ ବହୁବାର ଦେଖିଛୁ । ଏକ ଅନ୍ଧାର ଛାୟା ଆସି ସୂର୍ଯ୍ୟକୁ ଢାଙ୍କି ଦେଇଥାଏ ଓ ଏହାର ଆଲୋକ ଧୀରେ ଧୀରେ ଫିକା ପଡିଯାଏ । କିନ୍ତୁ ଆଜି ଆମେ ମହାକାଶରୁ ସୂର୍ଯ୍ୟପରାଗର ଅଦ୍ଭୁତ ଓ ମନମୋହକ ଦୃଶ୍ୟ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

ଏହି ଫଟୋକୁ ଅନ୍ତଃରାଷ୍ଟ୍ରୀୟ ମହାକାଶ କେନ୍ଦ୍ରରୁ ନିଆଯାଇଛି । ସୂର୍ଯ୍ୟପରାଗ ସେତେବେଳେ ହୋଇଥାଏ ଯେତେବେଳେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଏକ ସରଳରେଖାରେ ରହିଥାନ୍ତି । ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଆସିଯାଏ । ସୂର୍ଯ୍ୟ ଢାଙ୍କି ହୋଇ ଯାଉଥିବାରୁ ଏହାର ଆଲୋକ ପୃଥିବୀ ପୃଷ୍ଠରେ ପଡିପାରେ ନାହିଁ । ଏଥର ସୂର୍ଯ୍ୟପରାଗର ଫଟୋ ବେଶ୍ ଭାଇରାଲ ହୋଇଛି ଯେଉଁଥିରେ ସୂର୍ଯ୍ୟ ରିଙ୍ଗ ଅଫ୍ ଫାୟାର ପରି ନଜର ଆସିଛନ୍ତି । ଅନ୍ୟପକ୍ଷରେ ଆମେରିକା ମହାକାଶ ସଂସ୍ଥା ନାସା ସୂର୍ଯ୍ୟପରାଗର ଲାଇଭ୍ ଷ୍ଟ୍ରିମିଂ କରିଛି ଯାହାକୁ ଏବେ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଏକ୍ସରେ ସେୟାର କରାଯାଇଥିବା ଏହି ଭିଡିଓରେ ସୂର୍ଯ୍ୟପରାଗର ଦୃଶ୍ୟ ବେଶ୍ ମନମୋହକ ରହିଛି ।

Get real time updates directly on you device, subscribe now.