fbpx

ଅନ୍ୟ ଜାତିରେ ବିବାହ କରିବାର ଦଣ୍ଡ କ’ଣ ଏଇଆ, କଟୁରୀରେ ହାଣି ହତ୍ୟା କଲେ ପତ୍ନୀଙ୍କ ପରିବାର ଲୋକ

ହାଇଦ୍ରାବଦରେ ପୁଣି ଏକ ଅନରକିଲିଂ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜଣେ ଯୁବକଙ୍କୁ ତାଙ୍କ ପତ୍ନୀଙ୍କ ପରିବାର ଲୋକ ନୃଶଂସ ହତ୍ୟା କରିଛନ୍ତି । ତାହା ପୁଣି ବିଚ୍ ରାସ୍ତାରେ ।

ସୂଚନା ଅନୂଯାୟୀ, ଶାହିନାୟାଥଗଞ୍ଜ ଥାନା ଅନ୍ତର୍ଗତ ବେଗମ ବଜାରରେ ନିରଜ କୁମାର ପନୱାର ନାମକ ଜଣେ ଯୁବକଙ୍କୁ ୫ ଜଣ ହତ୍ୟା କରିଛନ୍ତି । ଯୁବକ ଜଣକ ବେଗମ ବଜାରରେ ଥିବା ଦୋକାନ ବନ୍ଦ କରି ବାପାଙ୍କ ସହ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଳା । କୁହାଯାଉଛି ଆକ୍ରମଣକାରୀ ନିରଜଙ୍କ ପତ୍ନୀଙ୍କ ପରିବାରର । ସେମାନେ ପଛରୁ ନିରଜଙ୍କୁ ଆକ୍ରମଣ କରିଥିଲେ ଏବଂ ନିରଜ ତଳେ ପଡ଼ିଯିବା ପରେ ତାଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲେ ।

ନିରଜ ବେଗମ ବଜାର ଅଞ୍ଚଳର କୋଲସାୱାଡ଼ିରେ ରହୁଥିଲେ ଏବଂ ସେହି ଅଞ୍ଚଳରେ ସଞ୍ଜାନା ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ବିବାହ କରିଥିଲେ କିନ୍ତୁ ଯୁବତୀ ଜଣଙ୍କ ଅନ୍ୟ ଜାତିର ଥିଲେ । ତାଙ୍କର ଦେଢ଼ ବର୍ଷ ଏକ ସନ୍ତାନ ମଧ୍ୟ ଅଛି । କିନ୍ତୁ ସଞ୍ଜାନଙ୍କ ପରିବାର ଲୋକ ଅନ୍ୟ ଜାତିରେ ବିବାହକୁ ନେଇ ରାଗରେ ନିରଜଙ୍କୁ ହତ୍ୟା କରିଛନ୍ତି । ଏକ ରିପୋର୍ଟ ଅନୂଯାୟୀ ସଞ୍ଜାନଙ୍କ ପରିବାର ଲୋକ ନିରଜଙ୍କୁ ମାରିବା ପାଇଁ ଛଅ ମାସ ଆଗରୁ ଯୋଜନା କରିଥିଲେ । ଏଥିପାଇଁ ଏକ ସପ୍ତାହ ଧରି ତାଙ୍କ ଉପରେ ନଜର ମଧ୍ୟ ରଖିଥିଲେ ।

ସେପଟେ ଏହି ଘଟଣାରେ ମାମଲା ରୁଜୁ କରିଛି ପୋଲିସ । ଅନ୍ୟ ଜାତିରେ ବିବାହ କରିଥିବାରୁ ଏହି ଆକ୍ରମଣ ହୋଇଥିବା ନେଇ କହିଛି ପୋଲିସ । ତେବେ ପୋଲିସ ଏହି ଘଟଣାରେ ୫ ସନ୍ଦିଗ୍ଧଙ୍କୁ ଧରିଛି ଏବଂ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଛି ।

ସମାନ ଢ଼ଙ୍ଗରେ ମେ ୪ ରେ ମଧ୍ୟ ନାଗରାଜୁ ନାମକ ଜଣେ ବ୍ୟକ୍ତି ଜଣେ ମୁସଲିମ ଯୁବତୀଙ୍କ ବିବାହ କରିଥିବାର ଯୁବତୀଙ୍କ ଭାଇ ଏବଂ ପରିବାର ଲୋକଙ୍କ ଆକ୍ରମଣରେ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.