fbpx

ପୁରୀକୁ ସରକାର ଭୋଗଭୂମି ସଜାଇଛନ୍ତି: ଶଙ୍କରାଚାର୍ଯ୍ୟ

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ । ଯାହା ହେଉଛି ତାହା ମନ୍ଦିର ଉପରେ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି । ଏହା ସହ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ‘ଆଧ୍ୟାତ୍ମିକ ରାଜଧାନୀ ପୁରୀକୁ ସରକାର ଭୋଗଭୂମି ସଜାଇଛନ୍ତି । ମୋ ଅନୁପସ୍ଥିତିରେ ସବୁ କାର୍ଯ୍ୟ କରାଯାଉଛି । ଏପରି କରିବା ଠିକ୍ ନୁହେଁ, ଏନେଇ ଆଲୋଚନା କରିବା ଜରୁରୀ । ବିକାଶ କାର୍ଯ୍ୟ ଶ୍ରୀମନ୍ଦିର ଉପରେ ଯେପରି ପ୍ରଭାବ ନପକାଏ, ଏଥିପାଇଁ ଶ୍ରୀମନ୍ଦିରର ବର୍ତ୍ତମାନ ଓ ଭବିଷ୍ୟତ ପ୍ରତି ଦୃଷ୍ଟି ଦେବା ଜରୁରୀ ।’

ତେବେ ଶ୍ରୀମନ୍ଦିର ଚାରିପାଖରେ ରାତି ଅଧିଆ ଜିପିଆର ସର୍ଭେକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପୂର୍ବରୁ ଜିପିଆର ସର୍ଭେ କରାଯାଇ ନଥିବା ଅଭିଯୋଗ ହୋଇଥିଲା । ହେଲେ ଗତକାଲି ରାତି ଅଧିଆ ଜିପିଆର ସର୍ଭେ କରାଯାଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.