fbpx

ତୈଳ ଦର ହ୍ରାସ ଉପରେ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରର ପୋଟ୍ରେଲ ଡିଜେଲ ଦର  ହ୍ରାସ ପଦକ୍ଷେପ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି । ରବିବାର ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପେଟ୍ରୋଲ ଡିଜେଲ ଦର କମାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଅଧିକ ସୁଯୋଗ ଅଛି ଯାହା ରାଜ୍ୟ ପାଖରେ ନାହିଁ। ରାଜ୍ୟ ସରକାର କେବଳ ଭ୍ୟାଟ ଆଦାୟ କରୁଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ବହୁତ୍ କମ୍ ରାଜସ୍ୱ ବୃଦ୍ଧି ରହିଛି ।  ତଥାପି କେନ୍ଦ୍ର ଟିକସ କମାଇଥିବାରୁ ଦରବୃଦ୍ଧି କିଛିମାତ୍ରାରେ ନିୟନ୍ତ୍ରଣକୁ ଆସିବା ଆଶା କରୁଛୁ । ରାଜ୍ୟ ସରକାର ଅନୁଧ୍ୟାନ କରିବା ପରେ ହିଁ କଛି ନିଷ୍ପତ୍ତି ନେଇପାରିବେ ।

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ସରକାର ପ୍ରେଟ୍ରୋଲ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ କମାଇଛନ୍ତି । ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ ୭ ଟଙ୍କା କମାଇଛନ୍ତି । ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି । ଶୁଳ୍କ ହ୍ରାସ ପରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସେପଟେ କେନ୍ଦ୍ର ଟିକସ ହ୍ରାସ କରିବା ପରେ ଅନେକ ରାଜ୍ୟ ମଧ୍ୟମ ଟିକସ ଛାଡ଼ କରିବା ନେଇ ଯୋଜନା କରୁଛନ୍ତି ।

Get real time updates directly on you device, subscribe now.