fbpx

Paris Olympics: “ମୁଁ ବ୍ୟସ୍ତ ଅଛି, ପରେ ଫୋନ କରିବୁ”- ସରବଜୋତ ସିଂଙ୍କ ମା’, ପୁଅର ଅଲମ୍ପିକ ବିଜୟକୁ ନେଇ ଏମିତି କହିଲେ….

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ମନୁ ଭାକରଙ୍କ ସହ କାଂସ୍ୟ ଜିତିବା ପରେ ସାରା ଭାରତ ୨୨ ବର୍ଷିୟ ସୁଟର ସରବଜୋତ ଓ ମନୁଙ୍କ ପ୍ରତିଟି ଘଟଣା ପ୍ରତି ନଜର ରଖିଛି । ଏହି ଦୁହିଁଙ୍କୁ ଶୁଣିବା ପାଇଁ ସମସ୍ତେ ମଧ୍ୟ ଅପେକ୍ଷାରତ ଥିଲେ । କିନ୍ତୁ, ରୋଚକର କଥା; ସୁନା ପୁଅ ସରବଜୋତ ଅଲମ୍ପିକ୍ସ ଭଳି ଖେଳର ମହାକୁମ୍ଭରେ ପଦକ ଜିତି ସାରିବା ପରେ ସାରା ବିଶ୍ୱରେ ଚମକିଥିଲେ । ଯେତେବେଳେ ସେ କାଂସ୍ୟ ଜିତିବା ପରେ ନିଜ ମା’ଙ୍କୁ ଫୋନ କରିଥିଲେ ତାଙ୍କ ମା’ତାଙ୍କୁ ବ୍ୟସ୍ତ ଥିବା କହି ପରେ ଫୋନ କରିବାକୁ କହିଥିଲେ । ଏଥିରୁ ପ୍ରମାଣିତ ହୋଇଯାଏ ଯେ ମା’ ସାମ୍ନାରେ ପୁଅ କେବଳ ପୁଅ ହୋଇ ହିଁ ରୁହେ । ସେ ଅଲମ୍ପିକ୍ସ ଚାମ୍ପିଅନ ହେଉ କି ଆଇଏଏସ ଅଫିସର ।

କହିରଖୁ, ହରିୟାଣାର ଅମ୍ବାଲା ଜିଲ୍ଲାରୁ ଆସୁଥିବା ଏହି ସୁଟର ପ୍ରତିଯୋଗିତାରେ ନିଜର ଭାବନା ବ୍ୟକ୍ତ କରିଥିଲେ । ସରବଜୋତ ସିଂ ପଦକ ବିଜୟ ପରେ ବି ନିଜର ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ନାହାନ୍ତି ବୋଲି ଜଣାଇଛନ୍ତି । ସେ ୨୦୨୮ ଲସଏଞ୍ଜେଲସ ଅଲମ୍ପିକ୍ସ ବାବଦରେ ଏବେଠୁ ଭାବିବା ଆରମ୍ଭ କଲେଣି । କାଂସ୍ୟ ପଦକ ବିଜେତା ଜଣକ କହିଛନ୍ତି ଯେ ଏହି ଯାତ୍ରା ତାଙ୍କର ଛୋଟ ସମୟରୁ ଆରମ୍ଭ ହୋଇ ସାରିଛି । କାଂସ୍ୟ ପଦକ ତାଙ୍କୁ ବହୁତ ଭଲ ଲାଗୁଛି ଓ ସେ ନିଜ ଖେଳରେ କେତେକ ସମସ୍ୟା ଉପରେ କାର୍ଯ୍ୟ କରି ଆହୁରି ସୁନ୍ଦର ପ୍ରଦର୍ଶନ ଦେବେ ବୋଲି କହିଛନ୍ତି । ବ୍ୟକ୍ତିଗତ ବର୍ଗରେ ସରବଜୋତ ନବମ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି । ସେ ୬୦ ଟି ସଟରେ ମୋଟ ୫୭୭ ଅଙ୍କ ପ୍ରାପ୍ତ କରିଥିଲେ । ୧୦ ମିଟର ଏୟାର ପିଷ୍ଟଲର ବ୍ୟକ୍ତିଗତ ବର୍ଗରେ ତାଙ୍କ ପ୍ରଦର୍ଶନ ସେତେ ଉଚ୍ଚକୋଟୀର ନ ଥିଲା । କିନ୍ତୁ, ମନୁ ଭାକରଙ୍କ ସହ ସେ ଯୁଗଳ ବର୍ଗରେ ଜୟ ହୋଇଥିଲେ ।

Get real time updates directly on you device, subscribe now.