fbpx

ମୁଁ କୁଲଦୀପ ଯାଦବଙ୍କୁ ଚୟନ କରିପାରିବି ନାହିଁ, ଜାଣନ୍ତୁ କାହିଁକି ଏପରି କହିଲେ ପିସିବିର ମୁଖ୍ୟ ଚୟନକର୍ତ୍ତା…

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ୧୫ ଜଣିଆ ଦଳ ଘୋଷଣା କରିଛି। ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଆସିବ। ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ତଥା ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ୍-ହକ୍ ଶୁକ୍ରବାର ଲାହୋରର ଗଦାଫି ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବିଶ୍ୱକପ୍ ଦଳ ଘୋଷଣା କରିଛନ୍ତି। ଏହି ସମୟରେ ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କ ଚୟନକୁ ନେଇ ଇଞ୍ଜାମାମ କିଛି କହୁଥିଲେ, ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ହସୁଥିବା ଦେଖିବାକୁ ମିଳୁଛି।

ନିକଟରେ ପାକିସ୍ତାନ ଦଳର ଉପଅଧିନାୟକ ଶାଦାବ ଖାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଏହା ସତ୍ତ୍ୱେ ତାଙ୍କୁ ପାକିସ୍ତାନ ବିଶ୍ୱକପ୍ ଦଳରେ ସ୍ଥାନ ମିଳିଛି। ବିଶ୍ୱକପ୍ ଦଳରେ ଶାଦାବ ଖାନ୍ ଙ୍କ ଚୟନକୁ ନେଇ ଇଞ୍ଜାମାମଙ୍କୁ ପ୍ରଶ୍ନ କରାଯାଇଥିଲା। ଖରାପ ପ୍ରଦର୍ଶନ ସତ୍ତ୍ୱେ ଶାଦାବଙ୍କୁ କାହିଁକି ଦଳରେ ରଖାଯାଇଛି ବୋଲି ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ। ନିକଟରେ ଶେଷ ହୋଇଥିବା ଏସିଆ କପ୍ ରେ ଶାଦାବ ମଧ୍ୟ ୱିକେଟ୍ ପାଇଁ ସଂଘର୍ଷ କରିଥିଲେ। ବିଶ୍ୱକପ୍ ଦଳରେ ଶାଦାବଙ୍କ ସ୍ଥାନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏସିଆ କପ୍ ରେ ଲେଗ୍ ସ୍ପିନର ଶାଦାବ ଖାନ୍ ଓ୍ଵିକେଟ୍ ପାଇଁ ଇଚ୍ଛା କରୁଥିବା ବେଳେ ଅନ୍ୟପଟେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଓ୍ଵିକେଟ୍ ରେ ଓ୍ଵିକେଟ୍ ମାରିବା ଜାରି ରଖିଥିଲେ। ସେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଏସିଆ କପରେ ପାକିସ୍ତାନ ବିପକ୍ଷ ସୁପର ଫୋର ମ୍ୟାଚରେ କୁଲଦୀପ ଯାଦବ ୫ ଟି ୱିକେଟ ନେଇଥିଲେ । ଏସିଆ କପ୍ ରେ କୁଲଦୀପ ସଫଳ ହୋଇଥିବା ବେଳେ ଶାଦାବଙ୍କ ପ୍ରଦର୍ଶନ ଆଶାନୁରୂପ ନଥିଲେ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ସାମ୍ବାଦିକ ଇଞ୍ଜାମାମଙ୍କୁ ପଚାରିଥିଲେ। ଇଞ୍ଜାମାମ କହିଛନ୍ତି, ମୋ ପାଇଁ ସମସ୍ୟା ହେଉଛି ମୁଁ କୁଲଦୀପ ଯାଦବଙ୍କୁ ଚୟନ କରିପାରିବି ନାହିଁ କାରଣ ସେ ଅନ୍ୟ ଦଳରେ ଅଛନ୍ତି। ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଦଳ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ। ପାକିସ୍ତାନର ପ୍ରଥମ ଅଭ୍ୟାସ ମ୍ୟାଚ୍ ସେପ୍ଟେମ୍ବର ୨୯ରେ ନ୍ୟୁଜିଲାଣ୍ଡ ଓ ଅକ୍ଟୋବର ୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବ। ଏହାପରେ ଅକ୍ଟୋବର ୬ତାରିଖରେ ବାବରଙ୍କ ସେନା ନେଦରଲାଣ୍ଡବିପକ୍ଷରେ ଖେଳି ତାର ଅଭିଯାନ ଆରମ୍ଭ କରିବ।

Get real time updates directly on you device, subscribe now.