fbpx
BSKY SKY
BSKY SKY

ବିଜେପି କର୍ମୀଙ୍କ ହତ୍ୟା ଯୁକ୍ତିଯୁକ୍ତ; ଲଖୀମପୁର ମାମଲାରେ ଟିକାୟତଙ୍କ ବିବାଦୀୟ ବୟାନ

BSKY

ନୂଆଦିଲ୍ଳୀ: ଲଖୀମପୁର ଖେରୀ ହିଂସାକାଣ୍ଡକୁ ନେଇ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଶନିବାର ଟିକାୟତଙ୍କ ଏହି ବୟାନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି । ଶନିବାର ଟିକାୟତ ନିଜ ବୟାନରେ ବିଜେପି କର୍ମୀଙ୍କ ହତ୍ୟାକୁ ଯୁକ୍ତି ଯୁକ୍ତ ବୋଲି ଅଭିହିତ କରିଛନ୍ତି । ଟିକାୟତ କହିଛନ୍ତି ବିଜେପି କର୍ମୀଙ୍କୁ ଯେଉଁଭଳି ଭାବରେ ହତ୍ୟା କରାଗଲା ମୁଁ ତାହାକୁ ଭୁଲ ବୋଲି ବିବେଚନା କରୁନାହିଁ । ଏହି ଘଟଣାରେ ୪ ଜଣ ଚାଷୀଙ୍କ ପ୍ରାଣହାନି ଘଟିଥିବା ବେଳେ ୨ ଜଣ ବିଜେପି କର୍ମୀ, ଜଣେ ଡ୍ରାଇଭର ଏବଂ ଜଣେ ସାମ୍ବାଦିକଙ୍କ ପ୍ରାଣହାନି ଘଟିଥିଲା ।

ଲଖୀମପୁର ଖେରୀରେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ବିଜେପି ହିଁ ଦାୟୀ । ଚାଷୀଙ୍କ ଉପରେ ଗାଡି ଚଢାଯିବା ପରେ ଉତ୍ୟକ୍ତ ଚାଷୀ ମାନେ ହିଁ ଏଭଳି କାଣ୍ଡ ଭିଆଇଥିଲେ । ଏହାକୁ ଭୁଲ ବୋଲି ବିବେଚନା କରିବା ପରିବର୍ତ୍ତେ ଏହାକୁ ବିଜେପି କର୍ମୀଙ୍କ କାମର ପ୍ରତିକ୍ରିୟା ଭାବରେ ବିବେଚନା କରାଯିବା ଉଚିତ ବୋଲି ଟିକାୟତ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିଜେପି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡି ଚଢାଇ ୪ ଜଣ ଚାଷୀଙ୍କ ହତ୍ୟା କରିଥିବା ନେଇ ଅଭିଯୋଗ ଆସିଥିଲା ।

Get real time updates directly on you device, subscribe now.