fbpx

ଭିଜିଲାନ୍ସ ଜାଲରେ ଏସଇ, କାରରୁ ୧୦ ଲକ୍ଷ ଟଙ୍କା ଜବତ

ଯାଜପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନଚନ୍ଦ୍ର ସାହୁଙ୍କୁ ଧରିଛି ଭିଜିଲାନ୍ସ । କେନ୍ଦୁଝରରୁ ନିଜ ଘର କଟକ ଯିବା ସମୟରେ ଏସଇଙ୍କୁ ଭିଜିଲାନ୍ସ ଧରିଥିବା ନେଇ ସୂଚନା ମିଳିଛି । ଏହା ବ୍ୟତୀତ ସେ ଯାଉଥିବା କାରରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ଯାଜପୁର ଏନସି କଲେଜ ନିକଟରେ ଏସଇଙ୍କୁ ଭିଜିଲାନ୍ସ ଧରିଥିବା ନେଇ ଜଣାପଡିଛି । ଯାଜପୁର ଓ କଟକ ଭିଜିଲାନ୍ସ ପକ୍ଷରୁ ମିଳିତଭାବେ ଚଢ଼ାଉ କରାଯାଇଥିଲା ।

Get real time updates directly on you device, subscribe now.