fbpx

ଜର୍ସି ପିନ୍ଧିଲି ମୋ ଜ୍ୱର ଛାଡ଼ିଗଲା… ଦେହ ଖରାପ ପରେ ବି ମ୍ୟାଚରେ ଚମକିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜକୁ ଅତି ରୋମାଞ୍ଚକର ଭାବେ ନିଜର କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ପାଇଁ ସୁପରହିରୋ ସାଜିଥିଲେ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । ବିସ୍ଫୋରକ ବ୍ୟାଟିଂ କରି ମୋତେ ୩୬ ବଲରୁ ୬୯ ରନର ସେ ଏକ ଧୂଆଁଧାର ପାଳି ଖେଳିଥିଲେ । ଯାହା ଫଳରେ ଭାରତ ୫ଟି ବଲ ବାକି ଥାଇ ଏହି ମ୍ୟାଚ ଏବଂ ସିରିଜକୁ କବଜା କରିବାରେ ସଫଳତା ହାସଲ କରିଛି । ତେବେ ମ୍ୟାଚ ପରେ ସୂର୍ଯ୍ୟକୁମାରଙ୍କୁ ନେଇ ହୋଇଛି ଏକ ବଡ ଖୁଲାସା । ଆସନ୍ତୁ ଜାଣିବା ଏହି ରହସ୍ୟ …

ଇଞ୍ଜେକସନ ଦିଅ କି ଟାବଲେଟ ଦିଅ । ଯାହା କରୁଛ କର ମୋତେ ଭଲ କରିଦିଅ । ମୁଁ ମ୍ୟାଚ୍ ର୍ପୂର୍ବରୁ ଜେମିତି ପୁରା ଫିଟ ହୋଇଯାଇଥିବି । ଏହା ଯଦି ୱାର୍ଲଡ କପ୍ ହୋଇଥାନ୍ତା ଆପଣମାନେ କଣ ମୋତେ ଏମିତି ଏଠି ରହିବାକୁ ଦେଇଥାନ୍ତେ । ଆଜିର ମ୍ୟାଚ୍ ହେଉଛି ନିର୍ଣ୍ଣାୟକ ମ୍ୟାଚ୍ । ମୋତେ ଯାହା ବି ହେଲେ ପିଚ୍ ଉପରେ ଲଢ଼ିବାକୁ ପଡ଼ିବ ।

ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ତାଙ୍କର ଫିଜିସିଆନ ମାନଙ୍କୁ ଏମିତି କହିଥିଲେ ଭାରତୀୟ ଧୁଆଁଧାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ । ହେଲେ କଣ ପାଇଁ କହିଥିଲେ ତହା ଏପର୍ଯ୍ୟନ୍ତ ଅନେକ କେହି ଜାଣିନଥିବେ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ ଥିଲା ନିର୍ଣ୍ଣାୟକ ମ୍ୟାଚ୍ । ହେଲେ ପାଣିପାଗ ବଦଳୁଥିବାରୁ ମ୍ୟାଚ୍ ଦିନ ସକାଳୁ ସକାଳୁ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କର ମୁଣ୍ଡ ବିନ୍ଧା ହେବା ସହ ଦେହରେ ଥିଲା ପ୍ରବଳ ଜ୍ୱର । ତାଙ୍କ ପାଇଁ ବେଡରୁ ଉଠିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା । ଯାହା ପାଇଁ ପୁରା ଟିମ୍ ଚିନ୍ତାରେ ଥିଲା । ମ୍ୟାଚ୍ ପୂର୍ବରୁ ତାଙ୍କର ଏଭଳି ହାଲତକୁ ଦେଖି ସୂର୍ଯ୍ୟକୁମାର ଆଜି ଖେଳିବା ସ୍ଥିତିରେ ନାହାଁନ୍ତି ବୋଲି କ୍ୟାପଟେନ୍ ରୋହିତଙ୍କୁ କହିଥିଲେ ଟିମ୍ ଇଣ୍ଡିଆର ଫିଜିସିଆନ ।

ହେଲେ ଫିଜିସିଆନଙ୍କର କୌଣସି କଥାକୁ ଖାତିର କରିନଥିଲେ ସୂର୍ଯ୍ୟକୁମାର । ଏହାପରେ ସୂର୍ଯ୍ୟକୁମାର ୟାଦଭ ମେଡିସିନ ଖାଇ ପଡ଼ିଆକୁ ଓହ୍ଲାଇଥିଲେ । ସେ କହିଥିଲେ ଯେ, ଭରତୀୟ ଜର୍ସି ପିନ୍ଧିଲା ପରେ ସବୁ କିଛି ଠିକ୍ ହୋଇଯାଇଥିଲା । ଆଉ ତାପରେ ସୂର୍ଯ୍ୟ ଦେଖାଇଥଲେ ତାଙ୍କର ଚମକ । ପଡ଼ିଆର ଚାରି ଦିଗକୁ ମାରି ଚାଲିଥିଲେ ଚୌକା ଛକା । ଯାହା ଟିମକୁ ମ୍ୟାଚ ଏବଂ ସିରିଜ ଜିତାଇବାରେ ବହୁତ ସହାୟକ ହୋଇଛି । ସୂର୍ଯକୁମାରଙ୍କ ବ୍ୟତୀତ ବିରାଟ କୋହଲି ମଧ୍ୟ ଏକ ଦମଦାର ପାଳି ଖେଳିଛନ୍ତି ।

Get real time updates directly on you device, subscribe now.