fbpx

ଓଡ଼ିଶାରେ SDC ଅଧ୍ୟକ୍ଷ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ?

ଭୁବନେଶ୍ୱର: ଜିଲ୍ଲାସ୍ତରୀୟ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି । ଦେବାଶିଷ ମାରାଣ୍ଡିଙ୍କୁ ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ୱ ମିଳିଥିବା ବେଳେ ଲକ୍ଷ୍ମୀ ନାୟକଙ୍କୁ କେନ୍ଦୁଝରର ଅଧ୍ୟକ୍ଷ କରାଯାଇଛି । ସେହିପରି ଆଦମା ରବାଙ୍କୁ ମାମଲକାନଗିରି ଓ ଚନ୍ଦ୍ରଶେଖର ମାଝୀଙ୍କୁ କୋରାପୁଟର ଅଧ୍ୟକ୍ଷ କରାଯାଇଛି ।

ଏହା ସହିତ ଉପେନ୍ଦ୍ର ଗଣ୍ଡଙ୍କୁ ନବରଙ୍ଗପୁର, ଅନସୂୟା ମାଝୀଙ୍କୁ ରାୟଗଡ଼ାର ଅଧ୍ୟକ୍ଷ, ମାରିୟମ ରଇତଙ୍କୁ ଗଜପତି, ରୋଦନ ମଲ୍ଲିକଙ୍କୁ କନ୍ଧମାଳର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.