fbpx

ଏକା ଏକା ମୁଁ ଲଢେଇ ଜାରି ରଖିଛି ଆଉ ଦଳ ପାଇଁ କାମ କରେ: ରାଜ୍ୟ ସରକାରଙ୍କୁ ଘେରିଲେ ସୁର ରାଉତରାୟ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ପୁଣି ଥରେ ଚର୍ଚ୍ଚାରେ । ସର୍ବଦା ନିଜର ମଜାଳିଆ ଅନ୍ଦାଜ ପାଇଁ ବେଶ ପରିଚିତ ମଧ୍ୟ । ନିଜର ମଜାଳିଆ ଅନ୍ଦାଜ ସହିତ ବିରୋଧୀଙ୍କ ହାଡକୁ ଭେଦ କରିବା ଭଳିଆ କଥା କହିଥାନ୍ତି ସୁର ରାଉତରାୟ । ଏମିତି ଏକ ମଜାଳିଆ ଅନ୍ଦାଜରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସୁର ରାଉତରାୟ ।

ବ୍ରଜରାଜ ନଗର ଉପ ନିର୍ବାଚନକୁ ନେଇ ସୁର ରାଉତରାୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସୁର କହିଛନ୍ତି ରାଜ୍ୟ ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଇଛନ୍ତି । ରାଜ୍ୟରେ ଭୟଙ୍କର ଦୁର୍ନୀତି ଜାରି ରହିଥିବା ବେଳେ ଏହା ପଛରେ ମୁହଁ ଲୁଚାଇ ବସିଛନ୍ତି ।

ବ୍ରଜରାଜନଗର ଉପ ନିର୍ବାଚନରେ କିଶୋର ପଟେଲଙ୍କ ବିଜୟ ସମ୍ଭାବନା ଅଧିକ ବୋଲି ସୁର କହିଛନ୍ତି । ଜାନକୀ ବାବୁଙ୍କ ଅମଳରେ ଯେଉଁ ପ୍ରକାରର ପ୍ରଗତି ହୋଇଛି ତାହା କିଶୋର ପଟେଲଙ୍କୁ ନିହାତି ବିଜୟୀ କରିବ ବୋଲି କହିଛନ୍ତି ସୁର ରାଉତରାୟ ।

Get real time updates directly on you device, subscribe now.