fbpx

‘ଇଣ୍ଡିଆ ମେଣ୍ଟ ହେଉଛି ଫିଲଟର କଫି, ନିର୍ବାଚନ ପରେ ସ୍ୱାଦ ଆହୁରି ବଢିବ’: ଶତ୍ରୁଘ୍ନ ସିହ୍ନା

କୋଲକାତା; ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନା ବିରୋଧୀ ମେଣ୍ଟ ଇଣ୍ଡିଆକୁ ଫିଲଟର କଫି ବୋଲି କହିଛନ୍ତି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ କହିଛନ୍ତି, ଧୀରେ ଧୀରେ ଇଣ୍ଡିଆ ମେଣ୍ଟ ଆଗକୁ ବଢୁଛି । ସେ କଂଗ୍ରେସ ରାଜନୀତିକୁ ଫେରିବାର ପୁରୁଣା ରେକର୍ଡର ଉଦାହରଣ ଦେଇ କହିଛନ୍ତି ଏହାକୁ କେହି ଦୂର୍ବଳ ଭାବୁଥିଲେ ମୁଁ କହିବି ସେ ଭୁଲ୍ କରୁଛି । ଆସନସୋଲରୁ ସାଂସଦ ଶତ୍ରୁଘ୍ନ ସିହ୍ନା ସାରା ଦେଶରେ କ୍ରାନ୍ତିକାରୀ ଯାତ୍ରା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ତୃଣମୂଳ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭୂମିକା ବଦଳିଯିବ । ଅଭିନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନା ନିର୍ବାଚନୀ ବଣ୍ଡକୁ ଏକ ବଡ ଘୋଟାଲା ବା ଚାନ୍ଦା ଆଦାୟର ବଡ ଗୋଲକଧନ୍ଦା ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି କି ନିର୍ବାଚନୀ ବଣ୍ଡ ଆକାରରେ ବିଜେପିର ଚାନ୍ଦା ଆଦାୟ ଓ କଳାବଜାରୀ ଧନ୍ଦାର ପର୍ଦ୍ଦାଫାଶ କରିବା ପାଇଁ ୭ ପର୍ଯ୍ୟାୟରେ ହେଉଥିବା ନିର୍ବାଚନ ବିରୋଧୀ ଦଳ ଲାଗି ଏକ ବରଦାନ ସାବ୍ୟସ୍ତ ହେବ । ସେ କହିଛନ୍ତି ଏହି ନିର୍ବାଚନରେ ବିଜେପିକୁ ପରାଜିତ କରାଯିବ । ବିଜେପି ନେତୃତ୍ୱାଧୀନ ଏନଡଏ ପାଖରେ ସିବିଆଇ, ଇଡି ଓ ଆୟକର ବିଭାଗର ସମର୍ଥନ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ପାଖରେ ଜନତାଙ୍କ ସମର୍ଥନ ରହିଛି ।

ଶତ୍ରୁଘ୍ନ ସିହ୍ନା କହିଛନ୍ତି ଇଣ୍ଡିଆ ମେଣ୍ଟ ଏସପିର ଅଖିଳେଶ ଯାଦ,ଆରଜେଡିର ତେଜସ୍ୱୀ ଯାଦବ ପରି ମଜଭୁତ ନେତା ଓ ମେଣ୍ଟର ବହୁ ଅନ୍ୟ ନେତାଙ୍କୁ ନେଇ ଫିଲଟର କଫି ପରି ଅଟେ । ସେ କହିଛନ୍ତି ସାରା ଦେଶରେ ବହୁ ମହତ୍ତ୍ୱପୂର୍ଣ୍ଣ ନେତା ଏହି ମେଣ୍ଟର ଅଂଶ ରହିଛନ୍ତି । ଏଣୁ ମୁଁ ଏହାକୁ ଫିଲଟର କଫି କହୁଛି । ଯେତେବେଳେ ନିର୍ବାଚନ ପରେ ଅନ୍ୟ ବିରୋଧୀ ନେତା ବି ଏଥିରେ ସାମିଲ ହେବେ ସେତେବେଳେ ଏହାର ସ୍ୱାଦ ଆହୁରି ବଢିଯିବ ବୋଲି ସେ କହିଛନ୍ତି । ଆପ୍ ଓ ତୃଣମୂଳ କଂଗ୍ରେସ ପରି ଦଳ ଏହି ବିରୋଧୀ ମେଣ୍ଟରେ ନେତ୍ୟତ୍ୱ ନେବାରେ ଅସହମତିକୁ ନେଇ ସେ କହିଛନ୍ତି, କଂଗ୍ରେସ ଏକ ଜାତୀୟ ଦଳ ଓ ଏହାକୁ ଖାରଜ କରାଯାଇପାରିବ ନାହିଁ । ଏହାର ପୁନଃଉତଥାନର ଇତିହାସ ଓ ପୁରୁଣା ରେକର୍ଡକୁ ଅଣଦେଖା କରା ନ ଯାଇପାରେ ।

Get real time updates directly on you device, subscribe now.