fbpx

ମୁଁ ମୋ ପାପାଙ୍କୁ ବିକ୍ରି କରିବି… କିଏ କିଣିବ? ଘର ଗେଟରେ ଏମିତି ନୋଟିସ ଲେଖିଦେଲା ପୁଅ

ନୂଆଦିଲ୍ଲୀ: ଆଜିକାଲିର ଛୁଆ ଖୁବ ମଡର୍ଣ୍ଣ ହୋଇ ଯାଉଛନ୍ତି । ବିଭିନ୍ନ ଇଲେକ୍ଟ୍ରୋନିକ ଗ୍ୟାଜେଟ ଚଳାଇବା ଏବେ ସେମାନଙ୍କ ବାଁ ହାତର ଖେଳ । ନୂଆ ନୂଆ ଟେକନିକରେ ଏସବୁକୁ ବ୍ୟବହାର କରିବା ସେମାନେ ଖୁବ ଭଲ ଭାବରେ ଜାଣନ୍ତି, ଯାହାକୁ ସେମାନଙ୍କ ବାପା-ମା’ ବି ଜାଣି ନଥାନ୍ତି । ତେବେ ପିଲାମାନଙ୍କର ଏହିସବୁ ନିଶା ଏବେ ଖୁବ ଭୟାନକ ରୂପ ନେଉଛି । ଏମିତି ଏକ ନିଶା ପାଇଁ ଜଣେ ପିଲା ତା’ ବାପାଙ୍କୁ ବିକି ଦେବା ପାଇଁ ବୋର୍ଡ ମାରିଦେଇଛି । ଘରର ଗେଟ୍ ସାମନାରେ ବାପାଙ୍କୁ ବିକ୍ରି କରିବା ନେଇ ଏକ ବୋର୍ଡ ଝୁଲାଇ ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।

ସୂଚନା ଅନୁସାରେ, ଘର ବାହାର ଗେଟରେ ପିଲାଟି ଗୋଟିଏ ନୋଟ୍ ରଖିଦେଇଛି । ଏଥିରେ ଲେଖାଯାଇଛି ଯେ, Father on Sale… ମୁଁ ମୋ ପାପାଙ୍କୁ ୨ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚାହୁଁଛି । ଅଧିକ ଜାଣିବାକୁ ହେଲେ ବେଲ୍ ବଜାନ୍ତୁ… । ତେବେ ଏହି ଛୋଟିଆ ନୋଟ୍ ରୁ ପିଲାଟି ତା ବାପାଙ୍କ ଉପରେ କେତେ ରାଗିଛି, ତାହା ସ୍ପଷ୍ଟ ଜଣା ପଡ଼ୁଛି । ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇାଲ ହେବାରେ ଲାଗିଛି । ଟ୍ୱିଟରରେ ଏହାର ଏକ ଫଟୋକୁ ପୋଷ୍ଟ କରି ଜଣେ କ୍ୟାପ୍ସନରେ ଲେଖିଛନ୍ତି ଯେ, ମାମୁଲି ଝଗଡ଼ା ପାଇଁ ୮ ବର୍ଷର ପିଲାଟିଏ ପିତାଙ୍କୁ ବିକ୍ରି କରିବା କଥା ଲେଖି ନୋଟିସ ଲଗାଇ ଦେଇଛି ।

ଅକ୍ଟୋବର ୨ ତାରିଖରେ ଏହି ପୋଷ୍ଟ ସେୟାର ହୋଇଥିବା ବେଳେ ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ପୋଷ୍ଟକୁ ବର୍ତ୍ତମାନ ସୁଦ୍ଧା ୨୮ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ହଜାର ହଜାର ଲୋକ ପସନ୍ଦ ମଧ୍ୟ କରିଛନ୍ତି । ସେହିଭଳି ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ ମଜାଦାର କମେଣ୍ଟ କରୁଥିବାର ଦେଖାଯାଇଛି । ଏହି ପୋଷ୍ଟ ଏବେ ଖୁବ ଭଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.