Big Breaking: IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ୱର: ଆଇଏଏସ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ସେ ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୨ୟ ରାଙ୍କ୍ ପାଇଥିଲେ । ସେହିପରି ୨୪ ନମ୍ବର ରାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି । ସେହିପରି ୩୬ ନଂ ରାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ମିଳିଲା ଆସାମ-ମେଘାଳୟ କ୍ୟାଡର ।

ଏହି ମାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର:
୪୦୯ ନଂ ରାଙ୍କ- ସନ୍ତୋଷ କୁମାର ପାତ୍ର
୫୪ ନଂ ରାଙ୍କ- ହରିୟାଣାର କଶିସ ବକ୍ସି
୬୮ନଂ ରାଙ୍କ-କେରଳର କସ୍ତରୁରୀ ସା
୭୧ନଂ ରାଙ୍କ-କେରଳର ଫବି ରସିଦ
୧୨୫ନଂ ରାଙ୍କ- ରାଜସ୍ଥାନର ମଣାଳିିକା ରାଠୋର
୨୦୪ନଂ ରାଙ୍କ- ଦିଲ୍ଲୀର ଶୁଭ୍ରା ପଣ୍ଡା
୨୩୯ନଂ ରାଙ୍କ- ୟୁପିର ପୱନ କୁମାର
୨୫୮ନଂ ରାଙ୍କ- ମହାରାଷ୍ଟ୍ରର ବି.ଏସ କଲ୍ୟାଣରାଓ

୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିଲେ । ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ ରହିଥିଲେ। ତୃତୀୟ ସ୍ଥାନରେ ଡି.ଅନନ୍ୟା ରେଡ୍ଡୀ, ଚତୁର୍ଥ ସ୍ଥାନରେ ପି. କେ. ସିଦ୍ଧାର୍ଥ ରାମକୁମାର ରହିଥିଲେ । ସେହିପରି ରୁହାନୀ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ।

ଓଡ଼ିଶାରୁ ପରୀକ୍ଷା ଦେଇଥିବା ପ୍ରଜ୍ଞାନନ୍ଦନ ଗିରି ୨୪ ନଂ ର଼୍ୟାଙ୍କ ପାଇଥିବାବେଳେ ଆୟୁଷୀ ପ୍ରଧାନ ୩୬ ନଂ ରାଙ୍କ ପାଇଥିଲେ । ୬୦ ନଂ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ନଂ ରାଙ୍କରେ ଅମ୍ରିତାଂଶୁ ନାୟକ । ସେହିଭଳି ଜୟଶ୍ରୀ ପ୍ରଧାନ ୫୨ ନଂ ର଼୍ୟାଙ୍କରେ ଥିବା ବେଳେ ଯଶୋବନ୍ତ ମଲ୍ଲିକ ୧୧୫ ନଂ ଏବଂ ପଦ୍ମନାଭ ମିଶ୍ର ୧୭୬ ନଂ ସ୍ଥାନ ଅଧିକାର କରିଥିଲେ।