ମନମାନି କରିପାରିବେନି IAS ଅଫିସର ! ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ନେଇପାରିବେନି ଛୁଟି

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି । ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇ ପାରିବେନି IAS

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇପାରିବେ ନାହିଁ ଆଇଏସ ଅଫିସର । ଏନେଇ ସାଧାରଣ ପ୍ରଶାସତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନେକ ଅଧିକାରୀ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଉଛନ୍ତି , ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଏଭଳି ପଦକ୍ଷେପ ଆପଣାଯାଉଥିବା କଥା କୁହାଯାଉଛି । ଏନେଇ ଆଇଏସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚିଠିରେ ଏହା ଉଲ୍ଲେଖ କରାଯାଇଛି ଯେ, ଯେଉଁ ଆଇଏଏସ ଅଧିକାରୀମାନେ ଛୁଟି ନେବେ ସେମାନେ ସିଧାସଳଖ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ମାଗିବେ ।

ତେବେ ନବୀନ ସରକାରଙ୍କ ସମୟରେ ଅନେକ ଆଇଏସ ଅଫିସର ବିଦେଶ ଗସ୍ତ କରିଥିବା ବେଳେ ସାଧାରଣ ପ୍ରଶାସନ ନିକଟରେ ଏହାର ଉତ୍ତର ନଥିଲା ।

ଫଳରେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଏହା ଲାଗୁ କରିବା ଦ୍ବାରା ସରକାରୀ କ୍ଷେତ୍ରରେ କିଛି ସୁଧାର ଆସିପାରିବ ବୋଲି କୁହାଯାଉଛି ।