fbpx

IBPS କ୍ଲର୍କ ନିଯୁକ୍ତି ୨୦୨୪: ୬୧୨୮ଟି ପଦ ପୂରଣ ପାଇଁ ଆଜିଠାରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇନଷ୍ଟିଚ୍ୟୁଟ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ତରଫରୁ ୬୧୨୮ଟି କ୍ଲର୍କ ପଦ ପୂରଣ ପାଇଁ ନୋଟିଫିକେସନ ଜାରି ହୋଇଛି । ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବଧି ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ପେମେଣ୍ଟ ଦାଖଲ କରିପାରିବେ । ଅଗଷ୍ଟ ମାସରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ସେପ୍ଟେମ୍ବରରେ ରେଜଲ୍ଟ ଘୋଷଣା ହେବା ପରେ ଅକ୍ଟୋବର ମାସରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ ।

ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି, ଇଏସଏମ, ଡିଇଏସଏମ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୭୫ ଟଙ୍କା ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ରହିଛି । ପେମେଣ୍ଟ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଣ୍ଟରନେଟ ବ୍ୟାଙ୍କିଂ ଆଦି ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ବୟସ ହିସାବ ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ହିସାବକୁ ନିଆଯିବ । ବିଭିନ୍ନ ରାଜ୍ୟ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଓଡ଼ିଶା ପାଇଁ ୧୦୭ଟି ପଦ ଖାଲି ରହିଛି ।

ଅନଲାଇନ୍ ରେଜିଷ୍ଟ୍ରେସନ ଲିଙ୍କ: https://ibpsonline.ibps.in/crpcl14jun24/

ନୋଟିଫିକେସନ ଲିଙ୍କ: https://www.ibps.in/wp-content/uploads/CRP_Clerks_XIV_Final_Notification_28.6.24.pdf

Get real time updates directly on you device, subscribe now.