IBPS ନେଲା ବଡ଼ ନିଷ୍ପତ୍ତି: କ୍ଲର୍କ ପଦର ନାମ ବଦଳିଲା, ଗତ ଏପ୍ରିଲ ପହିଲାରୁ ଲାଗୁ

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ ଅଫ୍ ବ୍ୟାଙ୍କିଂ ପର୍ସନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଆସିଛି ଏକ ବଡ଼ ଖବର । କ୍ଲର୍କ ପଦର ନାମ ବଦଳିଛି । କ୍ଲରିକାଲ କ୍ୟାଡର ନାମ ‘କଷ୍ଟମର ସର୍ଭିସ ଆସୋସିଏଟ’ (ସିଏସଏ)କୁ ପରିବର୍ତ୍ତନ କରାଯାଇଛି । ଏନେଇ ଆଇବିପିଏସ ପକ୍ଷରୁ ଅଫିସିଆଲ ୱେବସାଇଟରେ ନୋଟିଫିକେସନ ଜାରି କରାଯାଇଛି । ଏହି ପରିବର୍ତ୍ତନ ଗତ ଏପ୍ରିଲ ମାସ ୧ ତାରିଖରୁ ଲାଗୁ ହୋଇଥିବା କୁହାଯାଇଛି । ଏଣିକି ସିଆରପି କ୍ଲକ-ଏକ୍ସଆଇଭିର ଅର୍ଥ ସିଆରପି-ସିଏସଏ-ଏକ୍ସଆଇଭି (ଗ୍ରାକ ସେବା ସହଯୋଗୀ (ସିଏସଏ)ର ଭର୍ତ୍ତି ପାଇଁ ସାମାନ୍ୟ ଭର୍ତ୍ତି ପ୍ରକ୍ରିୟା) ଭାବେ ପଢ଼ାଯିବ ।

ଏଥିସହିତ ଗତ ଜୁଲାଇ ପହିଲାରେ ସିଆରପି କ୍ଲର୍କ ଏକ୍ସଆଇଭି ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଥିବା ବେଳେ ଅନ୍ୟ କୌଣସି ପରିବର୍ତ୍ତନ ହୋଇନଥିବା ନୋଟିସରେ କୁହାଯାଇଛି । ଗତ ଜୁଲାଇରେ ଆଇବିପିଏସ ପକ୍ଷରୁ ୬,୧୨୮ଟି କ୍ଲର୍କ (ଏବେ ସିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲା । ଉକ୍ତ ନିଯୁକ୍ତିର ପ୍ରିଲିମିନାରୀ ପରୀକ୍ଷାର ରେଜଲ୍ଟ ଗତ ମାସ ପହିଲାରେ ଜାରି କରାଯାଇଥିଲା । ଏହାପରେ ଗତ ମାସ ୧୩ ତାରିଖରେ ମେନ୍ସ ପରୀକ୍ଷାର ଆୟୋଜନ କରାଯାଇଥିଲା । ଅଧିକ ତଥ୍ୟ ପାଇବା ପାଇଁ ଅଫିସିଆଲ ୱେବସାଇଟ ପରିଦର୍ଶନ କରିବାକୁ ଆଶାୟୀଙ୍କୁ ପରାମର୍ଶ ଦିଆଯାଇଛି ।