fbpx

IBPS RRB ନିଯୁକ୍ତି ୨୦୨୪: ଅନଲାଇନ୍ ପଞ୍ଜିକରଣ ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ)ର ଆବେଦନକୁ ନେଇ ଆସିଛି ଏକ ବଡ଼ ଖବର । ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ରେ ଅଫିସର ସ୍କେଲ-୧, ସ୍କେଲ-୨, ସ୍କେଲ-୩ ଓ ଅଫିସ ଆସିଷ୍ଟାଣ୍ଟ (ମଲ୍ଟିପର୍ପୋଜ) ପଦ ପୂରଣ ହେବ । ଜୁନ୍ ୭ରୁ ଏଥିପାଇଁ ଅନଲାଇନ୍ ପଞ୍ଜିକରଣ ଓ ପେମେଣ୍ଟ ଫିସ୍ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜୁନ୍ ୨୭ ଶେଷ ତାରିଖ ରହିଥିଲା । ତେବେ ଏହା ମଧ୍ୟରେ ଆଇବିପିଏସ୍ ତରଫରୁ ଏକ ସୂଚନା ଜାରି କରାଯାଇଛି । ପ୍ରାର୍ଥୀଙ୍କ ପାଇଁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ପଞ୍ଜିକରଣ ଅବଧିକୁ ବୃଦ୍ଧି କରାଯାଇଛି । ଫଳରେ ପ୍ରାର୍ଥୀମାନେ ଆବେଦନ କରିବାକୁ ଆଉ ଅଧିକ ୩ ଦିନ ସମୟ ପାଇଛନ୍ତି ।

ସେପ୍ଟେମ୍ବର / ଅକ୍ଟୋବର ମାସରେ ଏହି ସମସ୍ତ ପଦ ପାଇଁ ମୁଖ୍ୟ ପରୀକ୍ଷା ହେବ ଓ ଅକ୍ଟୋବରରେ ରେଜଲ୍ଟ ଘୋଷିତ ହେବ । ଅକ୍ଟୋବର / ନଭେମ୍ବରରେ ସାକ୍ଷାତକାର ପାଇଁ ଡକାଯିବ ଓ ନଭେମ୍ବର ମାସରେ ଏହାର ଫଳାଫଳ ପ୍ରକାଶ ପାଇବ । ଆସନ୍ତା ମାସ ଜାନୁଆରୀ ମାସରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି । ଗ୍ରୁପ-ଏ ପଦ ପାଇଁ ବୟସ ଯୋଗ୍ୟତା ୧୮ରୁ ୩୦ ବର୍ଷ ଓ ଓ ଗ୍ରୁପ-ବି ପଦ ପାଇଁ ବୟସ ଯୋଗ୍ୟତା ୧୮ରୁ ୨୮ ବର୍ଷ ରହିଛି । ଚଳିତ ବର୍ଷ ଜୁନ୍ ମାସ ପହିଲା ସୁଦ୍ଧା ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି), ଦିବ୍ୟାଙ୍ଗ, ଏକ୍ସ-ସର୍ଭିସମେନଙ୍କ ପାଇଁ ନିୟମ ଅନୁସାରେ ବୟସ କୋହଳ କରାଯିବ ।

ଅନଲାଇନ୍ ପଞ୍ଜିକରଣ ଅବଧିକ ବୃଦ୍ଧି ଲିଙ୍କ: https://www.ibps.in/wp-content/uploads/Corrigendum-for-extension.pdf

Get real time updates directly on you device, subscribe now.