fbpx
BJD
BJD SKY
BJD SKY

ସ୍ମୃତି ମନ୍ଧାନାଙ୍କୁ ବଡ ଉପହାର ଦେଲା ଆଇସିସି: ଏହି ତାଲିକାରେ ସ୍ଥାନ ପାଇଲେ ମହିଳା କ୍ରିକେଟର

BJD

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ପ୍ଲେୟର ସ୍ମୃତି ମନ୍ଧାନାଙ୍କୁ ଏକ ଖାସ ଉପହାର ଦେଇଛି ଆଇସିସି । ବିସ୍ଫୋଟକ ବ୍ୟାଟିଂ ପାଇଁ ପରିଚିତ ସ୍ମୃତି ଏବେ କ୍ରିକେଟ ଜଗତର ବଡ ବଡ କିମ୍ବଦନ୍ତୀମାନଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି । ଏବେ ଇଂଲଣ୍ଡରେ ଦ ହଣ୍ଡ୍ରେଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି ସ୍ମୃତି ମନ୍ଧାନା ।

ଆଇସିସିର “୧୦୦ ପ୍ରତିଶତ କ୍ରିକେଟ ସୁପରଷ୍ଟାର’ ତାଲିକାରେ ଭାରତର ଯୁବ ବ୍ୟାଟ୍ସମ୍ୟାନ ଶେଫାଳୀ ବର୍ମାଙ୍କ ସହ ଯୋଡି ହୋଇଛନ୍ତି ସ୍ମୃତି ମନ୍ଧାନା । ଏହି ତାଲିକାରେ ଶେଫାଳୀ ବର୍ମା, ଇଂଲଣ୍ଡର ଏକ୍ଲେଷ୍ଟୋନ, ନ୍ୟୁଜିଳାଣ୍ଡର ଅମେଲିଆ କେର, ୱେଷ୍ଟଇଣ୍ଡିଜର ହେଲି ମାଥ୍ୟୁଜ ଏବଂ ଦକ୍ଷିଣ ଆଫ୍ରିକାର ଲୋରା ଭୋଲୱାର୍ଡଟ ଏହି ତାଲିକାରେ ସାମିଲ ଅଛନ୍ତି । ଏହାପରେ ଏହି ତାଲିକାରେଆଉ ୫ ଜଣ ଖେଳାଳିଙ୍କ ନାଁ ଯୋଡିଛି ଆଇସିସି । ଏହି ୫ ଜଣଙ୍କ ମଧ୍ୟରେ ସ୍ମୃତି ମନ୍ଧାନା, ଫାତିମା ସନ(ପାକିସ୍ତାନ), ଏଶଲେ ଗାର୍ଡନର(ଅଷ୍ଟ୍ରେଲିଆ), ସୋଫିଆ ଡଙ୍କଲେ(ଇଂଲଣ୍ଡ) ଏବଂ ଗେବି ଲୁଇସ(ଆୟରଲାଣ୍ଡ) ସ୍ଥାନ ପାଇଛନ୍ତି ।

ସ୍ମୃତି ମନ୍ଧାନା ଖୁବଶୀଘ୍ର ଇଣ୍ଟରନେସନାଲ କ୍ରିକେଟରେ ଦଶକ ପୂରଣ କରିବାକୁ ଯାଉଛନ୍ତି । ମନ୍ଧାନା ୭୫ ଦିନିକିଆ ମ୍ୟାଚରୁ ୫ ଶତକ ଏବଂ ୨୩ ଅର୍ଦ୍ଧଶତକ ସହ ୨,୮୯୨ ରନ କରିଥିବା ବେଳେ ଟି-୨୦ରେ ୯୨ଟି ମ୍ୟାଚରୁ ୧୬ ଅର୍ଦ୍ଧଶତକ ସହିତ ୨,୧୯୨ ରନ ସଂଗ୍ରହ କରିଛନ୍ତି । ତାଙ୍କର ଏହି ଦମଦାର ପ୍ରଦର୍ଶନ ଯୋଗୁଁ ୨୦୨୧ରେ ଆଇସିସି ମହିଳା କ୍ରିକେଟର ଅଫ ଦ ଇୟର ଭାବେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.