fbpx

ଟି-୨୦ ବିଶ୍ୱକପ୍: ବିରାଟ କୋହଲିଙ୍କ ରେକର୍ଡ ଅତିକ୍ରମ କଲେ ବାବର ଆଜମ୍

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ୍ । ଭାରତ ଅଦ୍ୟାବଧି ଟୁର୍ଣାମେଣ୍ଟରେ ଗୋଟିଏ ମ୍ୟାଚ ଖେଳିଥିବା ବେଳେ ଦଳ ପରାଜିତ ହୋଇଛି । ଅନ୍ୟପକ୍ଷରେ ବାବର ଆଜମ୍ ଟୁର୍ଣ୍ଣାମେଣ୍ଟରେ ନିଜର ଚମକ୍ରାର ବ୍ୟାଟିଂ ଫର୍ମ ଜାରି ରଖିଛନ୍ତି । ପ୍ରଥମ ମ୍ୟାଚରେ ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବା ବାବର ଆଜମ୍ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ଏକ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ବାବରଙ୍କ ଅର୍ଦ୍ଧଶତକ ସହିତ ପାକିସ୍ତାନ ହ୍ୟାଟ୍ରିକ୍ ବିଜୟ ସହିତ ସେମି ଫାଇନାଲ ଦାବିଦାରୀ ପେଶ କରିଛି । ତେବେ ବାବରଙ୍କ ୪୭ ବଲ୍ ୫୧ ରନ ଇନିଂସରେ ସେ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଭାରତୀୟ ଅଧିନାୟକଙ୍କୁ ପଛରେ ପକାଇ ଦ୍ରୁତତମ ୧ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ବାବର ଆଜମ୍ । ଟି-୨୦ ବିଶ୍ୱକପରେ କୋହଲି ମାତ୍ର ୩୦ଟି ଇନିଂସରେ ୧୦୦୦ ରନ ପୂରଣ କରିଥିବା ବେଳେ ବାବର ସମାନ ମାଇଲଖୁଣ୍ଟ ହାସଲ କରିବା ପାଇଁ ମାତ୍ର ୨୬ ମୁକାବିଲା ଖେଳିଛନ୍ତି । ଫାଫ୍ ଡୁ ପ୍ଲେସିସ, ଆରୋନ ଫିଞ୍ଚ ଏବଂ କେନ ୱିଲିୟମସନ ଏହି ତାଲିକାରେ ଟପ୍-୫ରେ ଅଛନ୍ତି । ଡୁ ପ୍ଳେସିସ ୩୧ ମ୍ୟାଚରେ ୧୦୦୦ ରନ ପୂରଣ କରିଥିବା ବେଳେ ଫିଞ୍ଚ ଏବଂ ୱିଲିୟମସନ ଯଥାକ୍ରମେ ୩୨ ଓ ୩୬ ମ୍ୟାଚ ଖେଳିଛନ୍ତି ।

Get real time updates directly on you device, subscribe now.